ତୃତୀୟ ଥର ପାଇଁ ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ୍

0

ୱାସିଂଟନ (ଆମ ଟିଭି): ଟ୍ରମ୍ପଙ୍କୁ ଘାରିଛି କ୍ଷମତା ଲୋଭ । ସେଥିପାଇଁ ପୁଣି ଲଢିବେ ନିର୍ବାଚନ । ଆମେରିକାରେ ୨୦୨୪ ନିର୍ବାଚନ ଲଢିବାକୁ ପୁଣି ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ । ଏଥିପାଇଁ ବୁଧବାର ସେ ଔପଚାରିକ ଭାବେ ସମସ୍ତ ଦସ୍ତାବିଜ୍ ଦାଖଲ କରିଥିବା ଜଣାପଡିଛି । ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି । ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଟ୍ରମ୍ପ ଆମେରିକାବାସୀଙ୍କୁ ନିରାଶ କରିଛନ୍ତି । ତେଣୁ ଏଥର ନିର୍ବାଚନରେ ସେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବେ ନାହିଁ ବୋଲି ବାଇଡେନ୍ ରେକଠୋକ୍ କହିଛନ୍ତି ।

ଆମେରିକାର ଦୁଇଟି ରାଜନୈତିକ ଦଳ ମଧ୍ୟରୁ ବିଦ୍ଧିବଧଭାବେ ପ୍ରାର୍ଥୀତ୍ବ ଘୋଷଣା କରିବାରେ ଟ୍ରମ୍ପ୍ ହେଉଛନ୍ତି ପ୍ରଥମ। ଆମେରିକୀୟ ଟେଲିଭିଜନ୍ରେ ‘ଲାଇଭ୍ ବ୍ରଡ୍କାଷ୍ଟ୍’ କରାଯାଇଥିଲା। ଅନେକ ଝୁମର (ଝାଡ଼ ଦୀପ ପରି ଦିଶୁଥିବା ଆଲୋକମାଳା) ଆମେରିକୀୟ ଜାତୀୟ ପତାକାରେ ସୁସଜ୍ଜିତ ବଲ୍ରୁମ୍ରେ ଟ୍ରମ୍ପ୍ ଶହ ଶହ ସମର୍ଥକମାନଙ୍କୁ କହିଛନ୍ତି, ଆମେରିକାକୁ ପୁଣି ମହାନ୍ କରିବା ଲାଗି, ଆଜି ରାତିରେ ମୁଁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିମନ୍ତେ ମୋର ପ୍ରାର୍ଥୀତ୍ବ ଘୋଷଣା କରୁଛି। ଏଥରେ ସେ ବାଇଡେନଙ୍କୁ କଡ଼ା ଟକ୍କର ଦେବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.