ସରିଲା ପ୍ରଚାର: ବୁଥ ମୁହାଁ ପୋଲିଂ ପାର୍ଟି

0

ଝାରସୁଗୁଡ଼ା (ଆମ ଟିଭି): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ । ବୁଥ୍ ମୁହାଁ ପୋଲିଂ ପାର୍ଟି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଂ ଅଧିକାରୀଙ୍କୁ ବୁଥକୁ ଛଡାଯାଉଛି । ଆସନ୍ତାକାଲି ପିଙ୍କ ବୁଥକୁ ଯିବେ ପୋଲିଂ ପାର୍ଟି । କଡ଼ା ସୁରକ୍ଷା ବଳୟରେ ମତଦାନ ହେବ । ସବୁ ବୁଥରେ ହେବ ଓ୍ବେବ କାଷ୍ଟିଂ । ଓଡ଼ିଶା ପୋଲିସ ସମେତ ପାରା ମିଲିଟାରି ଫୋଷ୍ଟ ନିୟୋଜିତ ହୋଇଛନ୍ତି । ଉପନିର୍ବାଚନ ନେଇ ଝାରସୁଗୁଡ଼ାରେ ଜାରି ରହିଛି ପ୍ରସ୍ତୁତି । ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ପକ୍ଷରୁ ଜନସମର୍ଥନ ହାତେଇବା ପାଇଁ ଜୋରଦାର କସରତ କରାଯାଉଛି ।

ଅନ୍ୟପଟେ ସବୁ ସରକାରୀ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ବା ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତା ୧୫ ତାରିଖ ଯାଏ ରାଜନୈତିକ କାର୍ୟ୍ୟରେେ ଲିପ୍ତ ରହିଲେ କଡ଼ା କାର୍ୟ୍ୟା ନୁଷ୍ଠାନ ନିଆଯିବ । ଉପନିର୍ବାଚନକୁ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି କରାଯାଇଛି । ପ୍ରତିଦିନ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଘନଘନ ଫ୍ଲାଗମାର୍ଚ୍ଚ କରାଯାଉଛି ।

Leave A Reply

Your email address will not be published.