ପୁଣି ଡରାଇଲାଣି କରୋନା,ଜାଣନ୍ତୁ କେଉଁଠି

0

ମୁମ୍ବାଇ: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ମହାରାଷ୍ଟ୍ର ଓ କେରଳରେ ବଢ଼ି ଚାଲିଛି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସରକାର ଆଡଭାଇଜରୀ ଜାରି କରିଛନ୍ତି। ପୁଣେ ପରେ ଏବେ ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ଏକ୍ସବିବି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଲାଗି ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ମୁମ୍ବାଇରେ ଗତ ତିନି ଦିନ ହେଲା ୧୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଆଉ ସେମାନଙ୍କ ଭିତରୁ ପାଖାପାଖି ପ୍ରତିଦିନ ୧୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଶୁକ୍ରବାର ମହାରାଷ୍ଟ୍ରରେ ମୋଟ ୪୭୭ ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ କେବଳ ମୁମ୍ବାଇରୁ ହିଁ ୧୭୮ଟି ମାମଲା ଚିହ୍ନଟ ହୋଇଥିଲା।

ମିଡିଆ ରିପୋର୍ଟ ମୁତାବକ, ମୁମ୍ବାଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା କଥା, ଶୀତ ଦିନେ କୋଭିଡ୍ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନ ସମୟରେ ଇନଫ୍ଲୁଏଞ୍ଜା ଭଳି ରୋଗୀଙ୍କ ଉପରେ କଡା ନଜର ରଖାଯାଇଛି। ସାମାନ୍ୟ ଖାସ କିମ୍ବା ସର୍ଦ୍ଦି ହେଲେ ଲୋକଙ୍କୁ ଟେଷ୍ଟ କରାଇବାକୁ କୁହାଯାଇଛି।

Leave A Reply

Your email address will not be published.