ଆଉ ନିର୍ବାଚନ ଲଢିବେନି ସୁର: କାହିଁକି ଜାଣନ୍ତୁ ?

0

ଭୁବନେଶ୍ୱର(ଆମ ଟିଭି): ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ବୟାନ । ଏଥର ଆଉ ମୁଁ ଲଢିବିନି । ମୋ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ଲଢିବ। ମୋତେ ୮୦ ହେଲାଣି। ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ। କିଛି ଏଭଳି କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ପ୍ରସଙ୍ଗରେ ସୁର କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା । ମୋ ବଡପୁଅ ସିଦ୍ଧାର୍ଥ ରାଉତରାୟ ପାହାଡ଼ ଚଢି ଅନେକ ରେକର୍ଡ କରିଛନ୍ତି । ବିଭିନ୍ନ ପର୍ବତରେ ଭାରତର ପତାକା, ଜଗନ୍ନାଥଙ୍କ ପତାକା ଉଡାଇଛି ମୋ ପୁଅ । ବିଭିନ୍ନ ଦେଶରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ଏହି ସଫଳତା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଭେଟିବା ପାଇଁ ଡକାଇଥିଲେ । ମୁଁ ଓ ମୋ ପୁଅ ଏହି ସଫଳତା ବିଷୟରେ ଜଣେଇବା ପାଇଁ ଯାଇଥିଲୁ। ଭଲ ଆଲୋଚନା ହେଲା। ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ଜାଣି ଖୁସି ହେଲେ ଆଶ୍ଚର୍ୟ୍ୟ ମଧ୍ୟ ହେଲେ।

 

Leave A Reply

Your email address will not be published.