ଓଡ଼ିଶାରେ ଚାଲିବ ଡବଲ୍ ଡେକର୍ ବସ୍: ଟେଣ୍ଡର ଆହ୍ବାନ କଲା CRUT

0

ଭୁବନେଶ୍ୱର (ଆମ ଟିଭି): ଖୁବଶୀଘ୍ର ଓଡ଼ିଶାରେ ଗଡ଼ିବ ଦୁଇ ଥାକିଆ ବସ୍‌। କ୍ୟାପିଟାଲ୍ ରିଜିଅନ୍ ସହରୀ ପରିବହନ (CRUT) ପକ୍ଷରୁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ ଜିଲା ପାଇଁ ଏହି ଯୋଜନା କରାଯାଇଛି। ଏହି ଦୁଇ ଥାକିଆ ବସ୍‌ ଗୁଡ଼ିକ ଇଲେକ୍ଟ୍ରିକ୍ ହୋଇଥିବାରୁ ପ୍ରଦୂଷଣ ଉପରେ ମଧ୍ୟ ନିୟନ୍ତ୍ରଣ ରହିବ।

୧୦+୨ ବର୍ଷ ପାଇଁ ଗ୍ରସ କଷ୍ଟ କଣ୍ଟ୍ରାକ୍ଟ (ଜିସିସି) ମଡେଲ ଅଧୀନରେ ଡବଲ-ଡେକର ଇଲେକ୍ଟ୍ରିକ୍ ବସ୍ ଯୋଗାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ବସ୍ ଅପରେଟର ଚୟନ ପାଇଁ CRUT ଏକ ଟେଣ୍ଡର ଡକାଯାଇଛି।

ଏହି ୧୦ ବର୍ଷିଆ ଚୁକ୍ତିରେ ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ। ବସ୍ ଗୁଡିକର କାର୍ଯ୍ୟଦକ୍ଷତା ଏବଂ ସ୍ଥିତିକୁ ଆଧାର କରି ଚୁକ୍ତିନାମା ଅବଧି ଅତିରିକ୍ତ ୨ ବର୍ଷ ବୃଦ୍ଧି କରିବାର ଅଧିକାର ଅଛି। ରାଜ୍ୟ ମଧ୍ୟରେ ପର୍ଯ୍ୟଟନ ଉଦ୍ଦେଶ୍ୟରେ ବସ୍ ନିୟୋଜିତ କରିବାକୁ କର୍ତ୍ତୃପକ୍ଷ ଚାହୁଁଛନ୍ତି ବୋଲି ଟେଣ୍ଡର ଡକ୍ୟୁମେଣ୍ଟରେ କୁହାଯାଇଛି।

Leave A Reply

Your email address will not be published.