ନାଟକ ଧର୍ମ ଯୋଦ୍ଧା

0

ଭୁବନେଶ୍ୱର : ୨୩. ୧୧. ୨୦୨୫ ଇଲିଟ ଫାଉଣ୍ଡେସନ ଦ୍ୱାରା ସହ ବନ୍ଧିତ ହୋଇ ଏକପ୍ରେସନ୍ସ.ଭୁବନେଶ୍ୱର ରେପରେଟୋରି ପ୍ରସ୍ତୁତି ନାଟକ କିମଦନ୍ତି ପୁରୁଷ ଜୟୀ ରାଜଗୁରୁଙ୍କ ଜୀବନି ଉପରେ ଆଧାରିତ ନାଟକ ଧର୍ମ ଯୋଦ୍ଧା ଭଞ୍ଜ କଳାମଣ୍ଡପ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା,ଭାରତବର୍ଷ ର ଶେଷ ସ୍ବାଧୀନ ରାଜ୍ୟ ଏବଂ ଖୋର୍ଦ୍ଧା ଓଡିଶାର ଶେଷ ସ୍ବାଧୀନ ଦୁର୍ଗ । ୧୯୦୩ ମସିହାରେ ଏହିଠାରୁ ଇଂରେଜ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ଖୋର୍ଦ୍ଧା ରାଜାଙ୍କର ଅଭିଭାବକ,ଖୋର୍ଦ୍ଧା ରାଜ୍ୟର ରାଜପୁରୋହିତ,ସେନାଧ୍ଯକ୍ଷ”ଜୟୀ ରାଜଗୁରୁ”ଯାହାଙ୍କର ପୁରା ନାଁ ଥିଲା ଜୟକୃଷ୍ଣ ରାଜଗୁରୁ ମହାପାତ୍ର। ଏକ ଧାର୍ମିକ ଭାବନାର ବଶବର୍ଷୀ,ଏହି କିମ୍ବଦନ୍ତୀ ପୁରୁଷ ପ୍ରକୃତରେ ଥୂଲେ ପ୍ରଭୁଜଗନ୍ନାଥଙ୍କ ପ୍ରତି ସମର୍ପିତ I ଜଗନ୍ନାଥ ଥିଲେ ତାଙ୍କ ପାଇଁ ଏ ମାଟିର ରାଜା,ମଉଡ଼ମଣି । ସେଇ ମଉଡ଼ମଣି ଙ୍କର ଭୂମିର ସୁରକ୍ଷା ପାଇଁ ସେ ଏକ ପ୍ରକାରର ପଣ କରିଥିଲେ। ତେଣୁ ତାଙ୍କ ଭିତରେ ଯେଉଁ ଭକ୍ତି ଭାବ ଥିଲା, ଜଗନ୍ନାଥଙ୍କ ପ୍ରତି ଯେଉଁ ବିଶ୍ବାସ ଥିଲା ତାହା ହିଁ ତାଙ୍କୁ “ଧର୍ମଯୋଦ୍ଧା” ଭାବରେ ସଜେଇ ଥିଲା । ଅନେକ ନାଟକ ରଚିତ ହୋଇଛି ଜୟୀ ରାଜଗୁରୁଙ୍କୁ ନେଇ । ଯୁଦ୍ଧରୁ ଆରମ୍ଭ ଏବଂ ଯୁଦ୍ଧରେ ଶେଷ ହୋଇଛି। କିନ୍ତୁ ଆମେ ଚେଷ୍ଟା କରିଛୁ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କେବଳ ସୁରକ୍ଷା ଦେବା ପାଇଁ, ଏ ଭୁଖଣ୍ଡରେ ଧର୍ମର ବିଜୟ ପତାକା କୁ ସଦାସର୍ବଦା ଉଜ୍ଜୀବିତ କରି ରଖୁବା । ପାଇଁ ତେବେ ସେ କରିଛନ୍ତି କୂଟନିତୀ ପୁଣି କେବେ ସେ ଆପଣେଇଛନ୍ତି ରଣନିତୀ । ତାଙ୍କ ଜୀବନର କିଛି ଅକୁହା ତଥ୍ୟକୁ ନେଇ, ରାଜଗୁରୁ ପ୍ରଥାର ପ୍ରଚଳନକୁ ନେଇ ନାଟକ “ଧର୍ମ ଯୋଦ୍ଧା” ନାଟକଟି ପ୍ରସ୍ତୁତି ହେଉଛି। ଓଡିଶାର ଦୁଇ ଜଣ ପ୍ରସିଦ୍ଧ ଗବେଷକଙ୍କର ଗବେଷଣାକୁ ଆଧାର କରି ସମସ୍ତ ତଥ୍ୟ, ଘଟଣାଯାହା ନାଟକ ଟିରେ ବର୍ଣ୍ଣିତ,ସେ ସବୁର ଶ୍ରେୟ ନିଶ୍ଚିତ ରୂପରେ ଯିବ-ଐତିହାସିକ ଗବେଷକ ଶ୍ରୀଯୁକ୍ତ ଜଟାଧାରୀ ମିଶ୍ର ଏବଂ ଶ୍ରୀଯୁକ୍ତ ବିଜୟ ରଥ ମହୋଦୟଙ୍କୁ ଆମେ କେବଳ ସାମାନ୍ୟ ନାଟକୀୟରୂପ ଦେବା ପାଇଁ ଚେଷ୍ଟାକରଛୁ। ଏହି ନାଟ ରେ ୨୦ ଜଣ କଳା କାର ବିଭିନ୍ନ ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ ନାଟକଟି ର ପରିକଳ୍ପନା, ନାଟ୍ୟରୂପ ଓ ନିର୍ଦ୍ଦେଶନା ଦେଇଛନ୍ତି, ଦେବାନନ୍ଦ ନାୟକ ସୋନୀ। ସନ୍ଧ୍ୟା ରେ ଅତିଥି ଭାବେ ଯୋଗ ଦେଇଥିଲେ ସଚିବ ସଂସ୍କୁତି ବିଭାଗ ଶ୍ରୀଯୁକ୍ତ ଦେବ ପ୍ରସାଦ.ଦାସ. ନାଟ୍ୟା ନିର୍ଦେଶକ ମିହିରି ମେହେର ସିନେ ପ୍ରଯୋଜକ ପ୍ରଣୟ ଜେଠି .ଅଭିନେତ୍ରୀ ମେଘନା ମିଶ୍ର. ଶିକ୍ଷିକା ଅଭିଭାବକତ୍ୱ.ପ୍ରଭାବ. ସାମାଜିକ କର୍ମୀ.ଅନୁଷ୍ଠାନ ର ପ୍ରତିଷ୍ଠାତ୍ରୀ ଇଲିଟ ଫାଉଣ୍ଡେସନ ର ଶ୍ରୀମତୀ ଜସ୍ମିନ କର ପ୍ରମୁଖ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଆନି ଶତପଥୀ.

Leave A Reply

Your email address will not be published.