ଦ୍ରୌପଦୀଙ୍କୁ ମିଳିଲା ଜଗନଙ୍କ ସମର୍ଥନ

0

ନୂଆଦିଲ୍ଲୀ(ଆମ ଟିଭି): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଜଗନଙ୍କ ସମର୍ଥନ । ଦ୍ରୌପଦୀଙ୍କ ନାମାଙ୍କନ ଦାଖଲ ପୂର୍ବରୁ ସମର୍ଥନ ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଦଳ ୱାଇଏସ୍ଆର କଂଗ୍ରେସ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବ। ଆନ୍ଧ୍ରରେ କ୍ଷମତାସୀନ ଜଗନଙ୍କ ଦଳ ସବୁବେଳେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସଂପ୍ରଦାୟର ଲୋକଙ୍କ ବିକାଶ ଦିଗରେ ଗୁରୁତ୍ୱ ଦେଇଆସିି। ତେଣୁ ରାଷ୍ଟ୍ରପତି ନିର୍ବାଚନରେ ୱାଇଏସ୍ଆର କଂଗ୍ରେସ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ଜଗନ ମୋହନ ରେଡ୍ଡୀ କହିଛନ୍ତି।

ତେବେ ସେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ଦାଖଲ କରିବା ସମୟରେ ଉପସ୍ଥିତ ରହିପାରିବେ ନାହିଁ। ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ। ତେଣୁ ତାଙ୍କ ବଦଳରେ ଦଳର ରାଜ୍ୟସଭା ସାଂସଦ ତଥା ସଂସଦୀୟ ଦଳର ନେତା ବିଜୟସାଇ ରେଡ୍ଡୀ ଓ ଲୋକସଭା ସାଂସଦ ମିଦହୁନ ରେଡ୍ଡୀ ଶ୍ରୀମତୀ ମୁର୍ମୁ ନାମାଙ୍କନ ଦାଖଲ କରିବେ ବେଳେ ଉପସ୍ଥିତ ରହିବେ।

Leave A Reply

Your email address will not be published.