ବଡ଼ଦାଣ୍ଡରେ ଚାଲିଚାଲି ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ପୁରୀ (ଆମ ଟିଭି): ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ପୁରୀ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀରେ ପହଞ୍ଚିବା ପରେ ବଳଗଣ୍ଡି ଛକରେ କାରରୁ ଓହ୍ଲାଇ ବଡଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରକୁ ଆସିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଶ୍ରୀମନ୍ଦିର ପରିସରରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ବଡଦାଣ୍ଡରେ ଚାଲି ସିଂହଦ୍ୱାର ନିକଟରେ ପହଞ୍ଚିଛନ୍ତି । ଏହାସହ ମହାରାଜା ଦିବ୍ୟସିଂହ ଦେଓ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କଲେ ଗଜପତି ମହାରାଜା ।

କାରରୁ ଓହ୍ଲାଇ ସାଷ୍ଟାଙ୍ଗ ପ୍ରଣିପାତ କରି ବଡଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଇଛନ୍ତି । ସୁରକ୍ଷାକର୍ମୀଙ୍କ ଗହଣରେ ବଡଦାଣ୍ଡରେ ଚାଲିଲେ ମହାମହିମ । ସିଂହଦ୍ୱାର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି । ସିଂହଦ୍ୱାର ସମ୍ମୁଖରେ ତଳେ ମୁଣ୍ଡ ଲଗାଇ ପ୍ରଣିପାତ କରିଛନ୍ତି ରାଷ୍ଟ୍ରପତି । ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଭାବବିହ୍ୱଳ ହୋଇଛନ୍ତି । ଦୁଇ ହାତ ଟେକି ନୀଳଚକ୍ରକୁ ପ୍ରଣାମ ଜଣାଇଛନ୍ତି । ଅରୁଣସ୍ତମ୍ଭକୁ ଛୁଇଁ ପ୍ରଣାମ କରିଛନ୍ତି । ଶ୍ରୀମନ୍ଦିରରେ ୪୫ ମିନିଟ୍ ଦର୍ଶନର କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.