ଦ୍ରୌପଦୀ ମୁର୍ମୁ NDA ରାଷ୍ଟ୍ରପତି ପ୍ରାର୍ଥୀ, ପ୍ରଥମ ଓଡ଼ିଆ ମହିଳା ଭାବେ ମର୍ଯ୍ୟାଦାଜନକ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିବେ

0

ନୂଆଦିଲ୍ଲୀ (ଆମ ଟିଭି): ନେସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଓଡ଼ିଶାର ର ଦ୍ରୌପଦୀ ମୁର୍ମୁ। ବିଜେପି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ପରେ ଏ ନେଇ ପ୍ରେସମିଟ୍‌ କରି ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରାୟ ୨୦ ଜଣଙ୍କ ନାଁ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଏନଡିଏ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କ ନାଁ ରେ ମୋହର ମାରିଛନ୍ତି ଏନଡିଏ ନେତୃତ୍ବ ।

ପ୍ରଥମ ଓଡିଆ ମହିଳା ଭାବେ ମର୍ଯ୍ୟାଦାଜନକ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି ଓଡିଶାର ଦ୍ରୌପଦୀ ମୁର୍ମୁ । ୧୯୫୮ ମସିହା ଜୁନ ୨୦ ତାରିଖରେ ଓଡିଶାର ମୟୂରଭଞ୍ଜ ଜିଲ୍ଲା ବାଇଡାପୋଷୀ ଗାଁ ରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଗୋଟିଏ ସାନ୍ତାଳ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଓଡିଶା ରାଜନୀତିର ଜଣେ ଚର୍ଚ୍ଚିତ ମହିଳା । ଓଡିଶାରେ ବିଜେଡି ଏବଂ ବିଜେପି ମେଣ୍ଟ ସରକାର ଥିବା ବେଳେ ରାଇରଙ୍ଗପୁରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ୨୦୦୦ ମସିହାରୁ ୨୦୦୨ ମସିହା ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହା ପରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଏବଂ ପଶୁ ସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହନ କରିଥିଲେ । ଝାଟଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ସଫଳତାର ସହ ଦାୟିତ୍ବ ତୁଲାଇଥିଲଶ ଦ୍ରୌପଦୀ ମୁର୍ମୁ । 

Leave A Reply

Your email address will not be published.