ଆପ ନେତାଙ୍କୁ ଅଟକାଇଲା ଦିଲ୍ଲୀ ପୋଲିସ

0

ନୂଆଦିଲ୍ଲୀ: ଗୁଜରାଟର ଆମ୍ ଆଦମୀ ପାର୍ଟି ଅଧ୍ୟକ୍ଷ ଅଟକ। ଆପ୍ ନେତା ଗୋପାଳ ଇଟାଲିଆଙ୍କୁ ଦିଲ୍ଲୀ ପୁଲିସ ଆଜି ଅଟକ ରଖିଛି। ତାଙ୍କୁ ସରିତା ବିହାର ଥାନାକୁ ନେଇଛି ପୁଲିସ। ଏନ୍‌ସିଡବ୍ଲୁ (ରାଷ୍ଟ୍ରୀୟ ମହିଳା ଆୟୋଗ) ଅଧ୍ୟକ୍ଷାଙ୍କ ଅଫିସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଉଠାଇନେଇଛି।

ଏହାପୂର୍ବରୁ ଗୋପାଳ ଇଟିଲିଆଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଉଥିବା ନଜର ଆସିଥିଲେ। ଏହାପରଠାରୁ ବିଜେପି ଲଗାତାର ଆମ୍ ଆଦମୀ ପାର୍ଟି ଓ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରୁଛି । ଏହି ଭିଡିଓକୁ ନେଇ ଭିଡିଓକୁ ନେଇ ଏନ୍‌ସିଡବ୍ଲୁ ଗୋପାଲଙ୍କୁ ସମନ ଜାରି କରି ପଚରାଉଚରା ପାଇଁ ଡକାଇଥିଲା।

Leave A Reply

Your email address will not be published.