ଡ୍ରାଇଭର ଆନ୍ଦୋଳନ: ଆକାଶଛୁଆଁ ପରିବା ଦର

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଡ୍ରାଇଭରମାନଙ୍କ ଆନ୍ଦୋଳନକୁ ନେଇ ଏବେ ରାଜଧାନୀ ହୁଲୁସ୍ତୁଲୁ ହେଉଛି । ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ ପରିବହନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ସାରା ରାଜ୍ୟରେ ଡ୍ରାଇଭରଙ୍କ ପିକେଟିଂ ଯୋଗୁଁ ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ । ପରିବା ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ତେଲ ଟ୍ୟାଙ୍କର ମଧ୍ୟ ସ୍ୱାଭାବିକ ଭାବେ ଚଳାଚଳ କରୁନାହିଁ । ରାଜ୍ୟ ବାହାରୁ ଆସୁଥିବା ଗାଡ଼ି, ରାଜ୍ୟ ଭିତରେ ଚଳାଚଳ କରୁଥିବା ଗାଡ଼ି ବିଭିନ୍ନ ସ୍ଥାନରେ ଅଟକି ରହିଛି । ସବୁଠୁ ଚିନ୍ତାଜନକ ହୋଇଛି ତେଲ ପରିବହନରେ ଅଚଳାବସ୍ଥା ।

ରାସ୍ତାରେ ଅଟକି ରହିଛି ତେଲ ଟ୍ୟାଙ୍କର । ଆନ୍ଦୋଳନର ଦ୍ୱିତୀୟ ଦିନରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ତେଲ ସରି ସରି ଆସୁଛି । ରାଜଧାନୀର କିଛି ପେଟ୍ରୋଲ ଟାଙ୍କି ବନ୍ଦ ହୋଇଯାଇଥିବା ବେଳେ କିଛି ପେଟ୍ରୋଲ ଟାଙ୍କିରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ପେଟ୍ରୋଲ ପାଇଁ ଦୁଇ ଚକିଆ ଓ ଚାରଚକିଆ ଗାଡ଼ିର ଲମ୍ବା ଲାଇନ ଲାଗିଛି ।

Leave A Reply

Your email address will not be published.