ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ୍ରାଇଭର ମହାସଙ୍ଘ

0

ଭୁବନେଶ୍ବର (ଆମ ଟିଭି): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ୍ରାଇଭର ମହାସଙ୍ଘ । ‘ଓଡ଼ିଶା ଡ୍ରାଇଭର ମହାସଂଘ’ର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଦଫା ସମ୍ବଳିତ ନିଜର ଦାବି ସଂପର୍କରେ ଜଣାଇଛନ୍ତି। ମହାସଂଘ ପକ୍ଷରୁ ପ୍ରାୟ ୩ ସପ୍ତାହ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପରେ ନବୀନ ନିବାସରେ ପହଞ୍ଚି ଦାବି ପତ୍ର ଦିଆଯାଇଛି। ପୂର୍ବରୁ ରାଜଧାନୀକୁ ଧସେଇ ପଶୁଥିବା ଡ୍ରାଇଭରମାନେ ରାଜଧାନୀରେ ଦଣ୍ଡବତ ଯାତ୍ରା କରି ସେମାନଙ୍କ ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଅକ୍ଟୋବର ମାସରେ ଏସମସ୍ତ ଦାବି ନେଇ ମହାସଂଘର ହଜାର ହଜାର ଡ୍ରାଇଭର ରାଜଧାନୀରେ ଶୋଭାଯାତ୍ରା କରି ରାସ୍ତାଘାଟ ଜାମ୍ କରିଥିଲେ। ପୁଣି ଥରେ ଚଳିତ ବର୍ଷ ଏପ୍ରିଲ ମାସରେ ସେମାନେ ହାତରେ ଠେଙ୍ଗା ବାଡ଼ି ଧରି ରାଜଧାନୀରେ ପଶିଥିଲେ। ଫଳରେ ରାଜଧାନୀରେ ଏକ ପ୍ରକାରର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଦିନତମାମ୍ ସହରରେ ଟ୍ରାଫିକ୍ ସମସ୍ୟା ଉତ୍କଟ ହୋଇପଡ଼ିଥିଲା। ସେମାନେ କିଛି ସ୍ଥାନରେ ହିଂସାତ୍ମକ ଆଚରଣ ମଧ୍ୟ କରିଥିଲେ।

Leave A Reply

Your email address will not be published.