ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଘଟଣା, ଖୁବଶୀଘ୍ର ଗିରଫ ହେବ ଭିଡିଓଗ୍ରାଫର: ପୁରୀ ଏସପି

0

ପୁରୀ(ଆମ ଟିଭି): ଶ୍ରୀମନ୍ଦିର ଡ୍ରୋନ ଭିଡିଓ ଭାଇରାଲ ଘଟଣାକୁ ନେଇ ଏବେ ସମସ୍ତେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏହାରି ଭିତରେ ରବିବାର ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂହ। ସେ କହିଛନ୍ତି, ଭିଡିଓ ଭାଇରାଲ ଘଟଣାକୁ ପୁଲିସ ଗୁରୁତ୍ବର ସହିତ ନେଇଛି। ଭିଡିଓଗ୍ରାଫର୍ ଖୁବଶୀଘ୍ର ଗିରଫ ହେବେ। ସିଟି ଡିଏସପିଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି ବୋଲି କହିଛନ୍ତି ଏସ୍ପି ସିଂହ। କିଏ ଅନୁମତି ଦେଇଥିଲା ସେନେଇ ଜୋରଦାର ଖୋଳତାଡ଼ ହେବ ବୋଲି କହିଛନ୍ତି। ଅପରପକ୍ଷେ, ପର୍ୟ୍ୟଟନ ବିଭାଗଠାରୁ ମଧ୍ୟ ପୁଲିସ ତଥ୍ୟ ମାଗିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ଡ୍ରୋନ ଭିଡିଓ ପୁଣି ଥରେ ଭାଇରାଲ ହୋଇଛି। ଏହି ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିଲା। କେବେ ଏହା ନିଆଯାଇଛି ତାହା ଜଣାପଡ଼ିନାହିଁ। ଶ୍ରୀମନ୍ଦିରର ଅତି ନିଟକରୁ ଆକାଶ ମାର୍ଗରେ ନିଆଯାଇଥିବା ଭିଡିଓ ପୋଷ୍ଟ ହୋଇଥିଲା। ଏପରିକି ଶ୍ରୀମନ୍ଦିର ବାନା ପରିବର୍ତ୍ତନର ଭିଡିଓ ମଧ୍ୟ ପୋଷ୍ଟ ହୋଇଥିଲା। ୟୁନିଫାଏଡ ଅମରେଶ ନାମରେ ବ୍ୟକ୍ତି ଜଣକ ଭିଡିଓ ପୋଷ୍ଟ କରିଥିଲେ। ୫ମିନିଟ ୪୩ ସେକେଣ୍ଡର ଏହି ଭିଡିଓରେ ଶ୍ରୀମନ୍ଦିରର ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫଳରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଡ୍ରୋନ ଭିଡିଓ ଉତ୍ତୋଳନକାରୀଙ୍କ ପରିଚୟ ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତି ଭାବେ ହୋଇଛି।

 

 

Leave A Reply

Your email address will not be published.