ପୁରୀ (ଆମ ଟିଭି): ବାରମ୍ବାର ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେଉଛି । ଏହାରି ଭିତରେ ଗତକାଲି ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେବା ପରେ କ୍ଷମା ମାଗିଛନ୍ତି ବଂଗୀୟ ୟୁଟ୍ୟୁବର । ଏକ ଭିଡିଓ ଜାରି କରି ଅନିମେଶ ଚକ୍ରବର୍ତି ପ୍ରଭୁ ଜଗନ୍ନାଥ ଓ ଓଡିଶାବାସୀଙ୍କୁ କ୍ଷମା ମାଗିଛି । ଅନିମେଶ କହିଛି, ସେ ଡ୍ରୋନ ଉଡାଇ ଭିଡିଓ ସୁଟ କଲା ବେଳେ ନୋ ଫ୍ଲାଇଂ ଜୋନ ବାବଦରେ ଆଦୌ ଜାଣିନଥିଲେ । ତାଙ୍କର ଏପରି କାର୍ୟ୍ୟ ଯଦି କାହା ମନରେ ଆଘାତ ଦେଇଛି, ତେବେ ସେ କ୍ଷମା ମାଗି ନେଉଛନ୍ତି ବୋଲି ଭିଡିଓରେ ନେହୁରା ହୋଇଛନ୍ତି ।
ଅନିମେଶ କହିଛନ୍ତି ଅନ୍ୟ ବ୍ଲଗର ବିଭିନ୍ନ ପ୍ରଶ୍ନ କରିବାରୁ ପୁଲିସର ଅନୁମତି ନେଇଥିବା କହିଥିଲେ । କିନ୍ତୁ ପ୍ରକୃତରେ ପୁଲିସର ଅନୁମତି ନନେଇ ପୁରୀ ପୁଲିସର ନାଁ ନେଇଥିବାରୁ ପୁରୀ ପୁଲିସକୁ ମଧ୍ୟ ସେ କ୍ଷମା ମାଗିଛନ୍ତି । ସେପଟେ, ଏ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଭଏସ ଅଫ କମନ ମ୍ୟାନ ପୁରୀ । ଅଭିଯୁକ୍ତ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ କରିଛନ୍ତି ଦାବି । ଶ୍ରୀମନ୍ଦିର ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠଛି ପ୍ରଶ୍ନ ।