ଡେଙ୍ଗୁ ମଶାଙ୍କ ବଂଶ ନିପାତ କରିବ ଡ୍ରୋନ

0

ଭୁବନେଶ୍ୱର (ଆମ ଟିଭି): ଏଣିକି ଡେଙ୍ଗୁ ମଶାଙ୍କ ବଂଶ ନିପାତ କରିବ ଡ୍ରୋନ। ଗତବର୍ଷ ଭଳି ଏବର୍ଷ ମଧ୍ୟ ଡେଙ୍ଗୁ ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସେ କହିଛନ୍ତି, ଡେଙ୍ଗୁ ମଶା ମାରିବା ପାଇଁ ଫଗିଂ କରାଯାଉଛି। ଏହାସହ ଲାର୍ଭେସାଇଟ ମଧ୍ୟ ପକାଯାଉଛି।

ହେଲେ ବଡ଼ ବଡ଼ ଡ୍ରେନମାନଙ୍କରେ ରସାୟନିକ ସ୍ପ୍ରେ କରିବା ସମ୍ଭବପର ହେଉନାହିଁ। ଏଥିପାଇଁ ଖୁବ୍ ଶୀଘ୍ର ଡ୍ରୋନର ବ୍ୟବହାର କରାଯିବ। ବିଶେଷ ଭାବେ ଅପହଞ୍ଚ ଜଳ ଉତ୍ସଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ। ଡେଙ୍ଗୁ ପାଇଁ ବିଏମ୍‌ସି ପକ୍ଷରୁ ସମସ୍ତ କାର୍ୟ୍ୟକ୍ରମ କରାଯାଉଛି। ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା।

Leave A Reply

Your email address will not be published.