ମହାପ୍ରଭୁଙ୍କ ରାହୁରେଖା ଲାଗି: ୪ ଘଣ୍ଟା ଜଗା​‌ ଦର୍ଶନ ବନ୍ଦ

0

ଆଜି ଶ୍ରୀମନ୍ଦିରରେ ରେଖା ପଞ୍ଚମୀ। ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଆଜି ମହାପ୍ରଭୁଙ୍କ ରାହୁ ରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଦଇତାପତି ସେବକମାନେ ଏହି ସ୍ଵତନ୍ତ୍ର ସେବା ସମ୍ପନ୍ନ କରିବେ। ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଚତୁଃପାର୍ଶ୍ବରେ ସ୍ଵର୍ଣ୍ଣ ନିର୍ମିତ ଏକ ବଳୟକୁ ରାହୁରେଖା କୁହାଯାଏ। ରାହୁରେଖା ଲାଗି ସରିଲେ ଠାକୁରଙ୍କ ମହାସ୍ନାନ ନୀତି ବଢି ସାଧାରଣ ଦର୍ଶନ ଆରମ୍ଭ ହେବ।

Leave A Reply

Your email address will not be published.