ନାୟିକା-ଗାୟିକା ଅନୁରାଧା ପାଣିଗ୍ରାହୀଙ୍କ ନୂଆ ଗୀତ ‘ଦୁଇଟି ଦିନ ଖେଳିବା ପାଇଁ” ଖୁବ୍ ଚର୍ଚ୍ଚାରେ ରହିଛି । ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ନିବେଦିତ ଏହି ଗୀତକୁ ଦେବଦାସ ଛୋଟରାୟ ରଚନା କରି ଥିବାବେଳେ ସ୍ଵର ସଂଯୋଜନା କରିଛନ୍ତି ଓମ୍ପ୍ରକାଶ ମହାନ୍ତି । ପୂର୍ବରୁ ଏକାଧିକ ଗୀତରେ କଣ୍ଠଦାନ କରିଥିବା ଅନୁରାଧା ଏହି ଗୀତକୁ ନେଇ ଖୁବ୍ ଉଲ୍ଲସିତ ଥିବା କହିଛନ୍ତି। ଏହାର ଶବ୍ଦ ଓ ସ୍ଵର ସଂଯୋଜନା ଚମତ୍କାର ହୋଇଛି । ସେ ମଧ୍ୟ ତାଙ୍କ କଣ୍ଠସ୍ଵରରେ ଯାଦୁ ପ୍ରଦର୍ଶନ ନିମନ୍ତେ ପ୍ରୟାସ କରିଥିବା ମତବ୍ୟକ୍ତ କରିଛନ୍ତି।
ଅନୁରାଧାଙ୍କ ମିଠା ମିଠା ସ୍ଵର ଶ୍ରୋତାଙ୍କୁ ଆକର୍ଷିତ କରିବା ସହ ତାଙ୍କ ବଳିଷ୍ଠ ପ୍ରତିଭାର ପରିଚୟ ଦେବ ବୋଲି କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ କହିଛନ୍ତି। ଆମ ଟିଭି ମ୍ୟୁଜିକ ଚ୍ୟାନେଲ ରେ ଭିଡିଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମୁକ୍ତିଲାଭ କରିବ।