ଭୁବନେଶ୍ୱର (ଆମ ଟିଭି): ଆରମ୍ଭ ହେବ ଇ-ରୂପି ଯୁଗ । ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଇ-ରୁପି ସେବା । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ୪ଟି ସହରରେ ଇ-ରୁପି ସେବା ଉପଲବ୍ଧ ହେବ । ଭୁବନେଶ୍ବର ସମେତ ମୁମ୍ବାଇ, ନୂଆଦିଲ୍ଲୀ ଓ ବେଙ୍ଗାଲୁରୁରେ ଇ-ରୁପି ମିଳିବ ।
ପ୍ରଥମ ପର୍ୟ୍ୟାୟ ପରେ ଆଉ ୯ଟି ସହର ଅହମ୍ମଦାବାଦ, ଗ୍ୟାଙ୍ଗଟକ, ଗୌହାଟୀ, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା ଓ ସିମଲାରେ ବି ଏହି ସୁବିଧା ଉପଲବ୍ଧ ହେବ । ଇ-ରୁପି କାରବାର ପାଇଁ ୮ଟି ବ୍ୟାଙ୍କକୁ ଚୟନ କରାଯାଇଛି । ପରବର୍ତ୍ତୀ ସମୟରେ ଏଥିରେ ଅଧିକ ବ୍ୟାଙ୍କ ଓ ସହରକୁ ସାମିଲ କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ।
Prev Post