ନୂଆଦିଲ୍ଲୀ (ଆମ ଟିଭି): ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ। ଦିଲ୍ଲୀରେ ପୁଣିଥରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଝଟକା ସାମାନ୍ୟ ଥିଲେ ବି ଦ୍ବିତୀୟଥର ଭୂମିକମ୍ପ ଝଟକା ପାଇ ଦିଲ୍ଲୀବାସୀ ଭୟଭୀତ ହୋଇଯାଇଛନ୍ତି। ଘର ଭିତରୁ ଲୋକେ ବାହାରକୁ ବାହାରି ଚାଲି ଆସିଥିଲେ। ଏଥିରେ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି।
ମାର୍ଚ୍ଚ ୨୨ ତାରିଖ ବୁଧବାର ସନ୍ଧ୍ୟା ୪.୪୨ରେ ଦିଲ୍ଲୀରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୨.୭ ରହିଥିବା ଜଣାପଡ଼ିଛି।