ଭୂକମ୍ପରେ ଥରିଲା ଜମ୍ମୁ ଓ କଶ୍ମୀର

0

ନୂଆଦିଲ୍ଲୀ (ଆମ ଟିଭି ): ଭୁକମ୍ପରେ ଥରିଲା ଜମ୍ମୁ କାଶ୍ମୀର।ଆଜି ସକାଳେ ଜମ୍ମୁ ଓ କଶ୍ମୀରରେ ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି।

ସୂଚନା ଅନୁସାରେ, ଭୋର୍‌ ୫.୩୮ ମିନିଟ୍‌ରେ ଜମ୍ମୁ ଓ କଶ୍ମୀରର ଡୋଡ଼ା ଜିଲ୍ଲାରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ଟୁଇଟ୍‌ କରି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ଟୁଇଟ୍‌ କରିଛି, ଅକ୍ଷାଂଶ ୩୩.୧୫ ଓ ଦ୍ରାଘିମା ୭୫.୬୮ ଅନ୍ତର୍ଗତ ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଭୋର୍‌ ୦୫:୩୮:୫୪ରେ ୪.୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଏହା ପୂର୍ବରୁ ରବିବାର ରାତିରେ ଭାରତର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୫.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା।

Leave A Reply

Your email address will not be published.