ନୂଆଦିଲ୍ଲୀ (ଆମ ଟିଭି): ଭୂକମ୍ପରେ ଥରିଲା କାଶ୍ମୀର ଠୁ ଦିଲ୍ଲୀ । ଉତ୍ତର ଭାରତରେ ମୃଦୁ ଭୂକମ୍ପ ଝଟକା । ଭୂକମ୍ପ ଝଟକାରେ ଥରିଲା କାଶ୍ମୀରରୁ ଦିଲ୍ଲୀ । ଆଫଗାନିସ୍ତାନରେ ଏହାର କେନ୍ଦ୍ରସ୍ଥଳ ରହିଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୫.୨ ଥିବା ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜୀ ।
ଜାମ୍ମୁ-କାଶ୍ମୀରର ଶ୍ରୀନଗର, ପୁଞ୍ଚ ଏବଂ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼ରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦୁଇ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା ।