ଅଁଳାକୁ ଏହିଭଳି ଉପାୟରେ ଖାଆନ୍ତୁ , ମିଳିବ ଏହି ସବୁ ଫାଇଦା

0

ଶରୀର ପାଇଁ ଲାଭଦାୟକ ଅଁଳା । ଛୋଟ ଫଳ କିନ୍ତୁ ଲାଭ ଅନେକ । ଅଁଳା ପାଉଡରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଯାହା ଅନେକ ରୋଗକୁ ନିରାରକରଣ କରିବାରେ ସହାୟକ ହୋଇଥାଏ । ଆୟୁର୍ବେଦର ତ୍ରିଫଳା ଦ୍ରବ୍ୟ ମଧ୍ୟରେ ହରଡା , ବାହାଡା ସହିତ ଏହା ଅନ୍ୟତମ ସହଯୋଗୀ ଔଷଧୀୟ ଦ୍ରବ୍ୟ ରୂପେ ବ୍ୟବହୃତ ହୁଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଅଁଳା ପାରମ୍ପରିକ ଭାବରେ ଦେଶୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଆସୁଛି । ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା ଖୁବ ଉପକାରୀ । ତେବେ ଆସନ୍ତୁ ଜାଣିବା, ଆଁଳା ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ।

ଔଷଧୀୟ ଗୁଣ

୧.ଅଁଳା ପାଉଡର କୋଲେଷ୍ଟ୍ରୋଲ କମ କରିଥାଏ । ଶରୀରରେ ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ । ଏଥିସହ ହୃଦରୋଗ ଭଳି ଆଶଙ୍କା କମ କରିଥାଏ ।

୨.ପ୍ରତିଦିନ ସକାଳେ ମହୁ ସହ ଅଁଳା ରସ ସହ ପିଇଲେ ତ୍ୱଚାରେ ଚମକ ଆସିଥାଏ ।

୩.ଅଁଳା ରସ ପାଚନ କ୍ରିୟାକୁ ବଢାଇ ଥାଏ । ଏହା ସହ କୋଷ୍ଠକାଠିନ୍ୟ ଭଳି ଭୟଙ୍କର ରୋଗରୁ ମୁକ୍ତି ଦେଇଥାଏ ।

୪.ଦାନ୍ତ ବିନ୍ଧା ପାଇଁ ଲାଭଦାୟକ ଅଁଳା ।

୫.ମଧୁମେହ ରୋଗୀଙ୍କ ପାଇଁ ଅଁଳା ବା ଅଁଳା ପାଉଡର ରାମବାଣ ସଦୃଶ ।

୬.ଅଁଳା ଗୁଣ୍ଡକୁ ମଧ୍ୟ ଚୁଟିରେ ଲଗାଇଲେ, କେଶ ମଜବୁତ ହୁଏ । ଅଁଳା ରସକୁ ସେବନ କଲେ ମଧ୍ୟ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ପାଇପାରିବେ ।

୭.ଅଁଳାରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ରହିଛି ।

୮.ଅଁଳା ରସ ସହ ମହୁ ମିଶାଇ ପ୍ରତିଦିନ ଖାଆନ୍ତୁ । ଏହି ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ ଭଳି ରୋଗରୁ ମୁକ୍ତି ମିଳିଥାଏ ।

୯.ପେଟ ପାଇଁ ଅଁଳାକୁ ସୁପର ଫୁଡ ବୋଲି କୁହାଯାଏ । ମେଟାବୋଲିଜିମ୍‌କୁ ମଜବୁତ କରି ପେଟରେ ଖାଦ୍ୟ ବର୍ଣ୍ଣିଙ୍ଗ ପ୍ରୋସେସକୁ ସକ୍ରିୟ କରିଥାଏ । ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ ।

Leave A Reply

Your email address will not be published.