ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକୋ ରିଟ୍ରେଟ, ବେଳାଭୂମିରେ ପ୍ରାକୃତିକ ପଞ୍ଚତାରକା ହୋଟେଲର ମଜାନେବେ ପର୍ଯ୍ୟଟକ

0

କୋଣାର୍କ (ଆମ ଟିଭି): ଶୀତୁଆ ସନ୍ଧ୍ୟାରେ ପ୍ରତିବର୍ଷ ପରି ଚଳିତବର୍ଷ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଇକୋ-ରିଟ୍ରେଟ୍ । ଏହି ଇକୋ- ରିଟ୍ରିଟ୍‌ର ଅଭୂତପୂର୍ବ ସଫଳତାକୁ ନେଇ କେନ୍ଦ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ମାନଚିତ୍ରରେ ଇକୋ-ରିଟ୍ରିଟ୍‌ଟି ପରିବେଶଭିଭିକ ବ୍ୟବସ୍ଥା ପାଇଁ ସୁନାମ ଲାଭ କରିଥିବାବେଳେ ଏହା ଆଜି ଶୁକ୍ରବାର ଶୀତୁଆ ସନ୍ଧ୍ୟାରେରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ପୁରୀ ଜିଲ୍ଲାର ୫ ବିଧାୟକଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଛି । ଆଜିଠାରୁ ଏହା ଆସନ୍ତା ମାର୍ଚ୍ଚ ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ବେଳାମାର୍ଗରେ ନିର୍ମାଣ ହୋଇଥିବା ଏହି ଇକୋ-ରିଟ୍ରିଟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିଲକ୍ସ କଟେଜ୍, ପ୍ରିମିୟମ୍ କଟେଜ୍, ପ୍ରେସିଡେଣ୍ଟ ଭିଲା, ରୟାଲ କଟେକ ଭଳି ସମୁଦାୟ ୭୦ ରୁ ଉର୍ଦ୍ଧ ଗୋଟି ତମ୍ବୁଘର ନିର୍ମାଣ କରାଯାଇଥିବାବେଳେ ଏହାର ମୂଲ୍ୟ ଗୋଟିଏ ରାତି ପିଛା ୫ହଜାରରୁ ୩୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଥ‌ିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ତମ୍ବୁ ଘରେ ବେଳାଭୂମିରେ ପଞ୍ଚତାରକା ହୋଟେଲ୍ ଭଳି ସମସ୍ତ ସୁବିଧା ପାଇବେ ପର୍ଯ୍ୟଟକ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଜଳକ୍ରୀଡ଼ା, ବିଚ୍ ସାକ୍, ପାରାସେଲିଂ, ସାଇକେଲିଂ, ବିଚ ଭଲିବଲ ଭଳି ସୁବିଧା ଯୋଗାଇ ଦିଆଯିବ ।

ସେହିପରି ଇକୋ ରିଟ୍ରିଟ୍‌ରେ କନ୍‌ଫରେନ୍ସ ହଲ୍, ରିସେପ୍‌ସନ୍ ହଲ୍‌ର ବ୍ୟବସ୍ଥା ରହିଥ‌ିବାବେଳେ ପର୍ଯ୍ୟଟକମାନଙ୍କ ନିମନ୍ତେସମୁଦ୍ର କୂଳରେ ଦୁଇଟି ଓପନ୍ ବାର୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ରୁମ୍‌ଗୁଡିକୁ ଅନ୍‌ଲାଇନ୍‌ରେ ପର୍ଯ୍ୟଟନ ବିଭାଗ ଓ ଅନ୍ୟ ପ୍ରତିଷ୍ଠିତ ଟ୍ରାଭେଲ୍‌ସ୍‌ର ୱେବସାଇଟ୍‌ରେ ବୁକିଙ୍ଗ ପାଇଁ ବ୍ୟବସ୍ଥା କରାଯାଇଛି ।

 

Leave A Reply

Your email address will not be published.