ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ଅର୍ଥନୀତି ନୋବେଲ
ଷ୍ଟକହୋମ : ଆମେରିକାର ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ୨୦୨୩ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଏ ସମ୍ପର୍କରେ ଆଜି ଷ୍ଟକହୋମଠାରେ ରୟାଲ ସ୍ବିଡିସ ଏକାଡେମି ଅଫ ସାଇନ୍ସେସ ପକ୍ଷରୁ ଘୋଷଣା କରାଯାଇଛି । ମହିଳା ଶ୍ରମବଜାର ସମ୍ପର୍କିତ ନିଜର ଗବେଷଣା ଓ ସିଦ୍ଧାନ୍ତ ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ବଛାଯାଇଛି ବୋଲି ଏକାଡେମି ପକ୍ଷରୁ କୁହାଯାଇଛି ।