ଅର୍ଚ୍ଚନାକୁ ଗିରଫ କଲା ଇଡି

0

ଭୁବନେଶ୍ବର: ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି। ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ଗିରଫ କରିଛି। ପିଏମଏଲଏ ଆଇନ ସେକ୍ସନ ୧୧ ବଳରେ ଅର୍ଚ୍ଚନାଙ୍କୁ ଗିରଫ କରିଛି। ଅର୍ଚ୍ଚନା ନାଗ ମାମଲାରେ ଇଡି ପୂର୍ବରୁ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, କମିସନରେଟ ପୁଲିସ ହାତରୁ ମାମଲା ସ୍ଥାନାନ୍ତରିତ ହେଲା ପରେ ଇଡି ପ୍ରଥମ ଥର ପାଇଁ ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ କାଳରେ ବିଭାଗୀୟ ଅଧିକାରୀମାନେ ପଚରାଉଚରା କରିଥିଲେ। ଏହି ରିମାଣ୍ଡ ଅବଧି ସମୟରେ ଇଡିକୁ ଅର୍ଚ୍ଚନାଙ୍କ ପାଖରୁ ଅନେକ ତଥ୍ୟ ହସ୍ତଗତ ହୋଇଛି। ତେବେ ଇଡି ଅର୍ଚ୍ଚନା ନାଗ ଓ ତାଙ୍କର ସ୍ବାମୀ ଜଗବନ୍ଧୁଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୁଣି ଥରେ ରିମାଣ୍ଡ ନେବାକୁ ଚାହୁଁଛି। ଏଥି ପାଇଁ ଜଗବନ୍ଧୁଙ୍କୁ ୧୫ ଦିନ ଓ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଇଡି ଆବେଦନ କରିଛି।

Leave A Reply

Your email address will not be published.