ଇଷ୍ଟେଟ କମ୍ପାନୀ ସୁପରଟେକ୍ଙ୍କୁ ଗିରଫ କଲା ଇଡି
ଦେଶର ଆଗ ଧାଡ଼ିର ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ୍ (Supertech) ପାଇଁ ବଢ଼ିଲା ଅସୁବିଧା। ସୁପରଟେକ୍ ମାଲିକ ଆରକେ ଅରୋଡ଼ାଙ୍କୁ ବାନ୍ଧିଛି ଇଡି। ମନି ଲଣ୍ଡରିଂ ମାମଲାରେ ଇଡି ଆରକେ ଅରୋଡ଼ାଙ୍କୁ ଦୀର୍ଘ ସମୟ ଘାଣ୍ଟିବା ପରେ ଗିରଫ କରିଛି।
ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟରେ ଆରକେ ଅରୋଡ଼ାଙ୍କ ବିରୋଧରେ ୨୦ରୁ ଅଧିକ ମାମଲା ରୁଜୁ ହୋଇଛି। ଫ୍ଲାଟ କିଣାବିକା ନେଇ ଘୋଟାଲ ହୋଇଥିବା ଅଭିଯୋଗ ଆଧାରରେ ଏହି ଗିରଫଦାରୀ କରାଯାଇଥିବା ଜଣାଯାଇଛି। ।
ଅଭିଯୋଗକାରୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେମାନେ ଫ୍ଲାଟ କିଣିବା ପାଇଁ ପ୍ରଥମେ ଆଡଭାନ୍ସ ଆକାରରେ ମୋଟା ଅଙ୍କର ଅର୍ଥ ଦେଇଥିବା ବେଳେ କମ୍ପାନୀର ଡାଇରେକ୍ଟର ସେମାନଙ୍କୁ ଆଉ ଧରାଛୁଆଁ ଦେଉ ନାହାନ୍ତି। ଟଙ୍କା ଦେବା ସତ୍ତ୍ୱେ କମ୍ପାନୀ ସେମାନଙ୍କୁ ଫ୍ଲାଟ ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।