ନୂଆଦିଲ୍ଲୀ (ଆମ ଟିଭି): ବାୟଜୁ ଉପରେ ଇଡିର ଚଢାଉ । ପ୍ରବର୍ତ୍ତନ ନିର୍ଦ୍ଦେଶାଳ ତରଫରୁ ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ନିୟମର ଉଲଙ୍ଘନ କରିଥିବା ଅଭିଯୋଗରେ ରବିନ୍ଦ୍ରନଙ୍କ ବାୟଜୁ ଓ ତାଙ୍କ କମ୍ପାନୀ ‘ଥିଙ୍କ୍ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ’ ବେଙ୍ଗାଲୁରୁର ୨ଟି ବ୍ୟବସାୟୀକ ପ୍ରତିଷ୍ଠାନ ଓ ଗୋଟିଏ ବାସଭବନ ଉପରେ ଚଢାଉ ଓ ଜବତ କାର୍ୟ୍ୟାନୁଷ୍ଠାନ ଜାରି ରହିଛି । କମ୍ପାନୀ ବାୟଜୁ ନାମରେ ଲୋକପ୍ରିୟ ଅନ୍ ଲାଇନ ଏଜୁକେଶନ ପୋର୍ଟାଲ ଚଳାଉଛି । ଚଢାଉ ଓ ଜବତ କାର୍ୟ୍ୟାନୁଷ୍ଠାନ ବେଳେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ଜବତ କରାଯାଇଛି । ଇଡି ତରଫରୁ କୁହାଯାଇଛି କି, କମ୍ପାନୀ ଆର୍ଥିକ ବର୍ଷ ୨୦୨୧-୨୧ ରେ ନିଜର ଆର୍ଥିକ କାରବାରର ବିବରଣୀ ପ୍ରସ୍ତୁତ କରିନାହିଁ ଓ ଖାତାର ଅଡିଟ୍ କରାଯାଇ ନାହିଁ । ଏହା କରିବା ଅର୍ନିବାର୍ୟ୍ୟ ବୋଲି ଇଡି ତରଫରୁ କୁହାଯାଇଛି ।
ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଉଲଙ୍ଘନ ମାମଲାରେ ଇଡି କହିଛି କି କମ୍ପାନୀ ୨୦୧୧ ରୁ ୨୦୨୩ ମଧ୍ୟରେ ପାଖାପାଖି ୨୮ ହଜାର କୋଟି ଟଙ୍କାର ପ୍ରତ୍ୟେକ୍ଷ ବିଦେଶୀ ନିବେଶ ପାଇଛି । ଏହା ବ୍ୟତୀତ କମ୍ପାନୀ ତରଫରୁ ବିଦେଶକୁ ୯୭୫୪ କୋଟି ଟଙ୍କା ପଠାଯାଇଛି । ଏହି ସମୟ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ବିଜ୍ଞାପନ ଓ ମାର୍କେଟିଂ ଖର୍ଚ୍ଚ ନାମରେ ପ୍ରାୟ ୯୪୪ କୋଟି ଟଙ୍କା ବୁକ୍ କରିଛି ।