ଇଡି ହାତରେ ଲାଗିଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍

0

ଭୁବନେଶ୍ୱର (ଆମ ଟିଭି): ଅର୍ଚ୍ଚନା ନାଗ ମାମଲାରେ ଇଡି ହାତରେ ପ୍ରତିଦିନ ନୂଆ ନୂଆ ପ୍ରମାଣ ଲାଗୁଛି । ତଦନ୍ତର ଦିନ ଯେତିକି ଗଡ଼ୁଛି, ସେତିକି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଅର୍ଚ୍ଚନାଙ୍କ ଯେଉଁ ଏଣ୍ଡେଭର କାରକୁ ଇଡି ଅଧିକାରୀ ଖୋଜୁଥିଲେ, ସେହି କାରକୁ ଜବତ କରାଯାଇଛି । ଚର୍ଚ୍ଚାରେ ଥିବା ଅର୍ଚ୍ଚନାଙ୍କ ୩୩ ଲକ୍ଷ ଟଙ୍କାର ଏଣ୍ଡେଭର କାରକୁ ମଞ୍ଚେଶ୍ୱର ଶିଳ୍ପାଂଚଳରୁ ଠାବ କରିଛି ଇଡି । ପ୍ରଥମେ କାରକୁ ନେବା ପାଇଁ ଟୋଇଂ କାର ଡକାଯାଇଥିଲା । ହେଲେ କାର ପାର୍କିଂ ମୋଡରେ ଥିବାରୁ ନେବା ସମ୍ଭବପର ହୋଇନଥିଲା । ପରେ କାରକୁ ନେବା ପାଇଁ ବିଶେଷଜ୍ଞ ଦଳକୁ ଡକାଇଥିଲେ ଇଡି ଅଧିକାରୀ ।

କିଛି ସମୟ ପରେ ଏକ ମାଷ୍ଟର କି ଜରିଆରେ କାରର ଡୋର ଖୋଲାଯାଇଥିଲା । ଏଣ୍ଡେଭର କାରକୁ ଯାଂଚ କରିବା ପରେ ଇଡି ଅଧିକାରୀ କାରକୁ ଚଲାଇ ଇଡି କାର୍ୟ୍ୟାଳୟକୁ ନେଇଛନ୍ତି । ଆଗକୁ କାର ସୋରୁମ ମାଲିକକୁ ଡାକି ପୁଣି ଥରେ ପଚରା ଉଚରା କରିପାରନ୍ତି ଇଡି ଅଧିକାରୀ । ଏହାଛଡା ଗାଡି ସେଠାରେ କିଏ ନେଇ ରଖିଥିଲା ସେ ନେଇ ବି ଛାନଭିନ କରିବ ଇିଡି । ସ୍ଥାନୀୟ ଅଂଚଳର ସିସିଟିଭିକୁ ବି ଯାଂଚ କରାଯିବ । ଆଗକୁ ଇଡି ବଳିଷ୍ଠ ପ୍ରମାଣ ଯୋଗାଡ କରି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି ।

ଅର୍ଚ୍ଚନା ଗିରଫ ହେବା ପରେ ନିଖୋଜ ହୋଇଯାଇଥିବା ତାଙ୍କ ଏଣ୍ଡେଭର କାରକୁ ଜବତ କରିବା ଇଡି ପାଇଁ ବଡ ଚାଲେଞ୍ଜ ଥିଲା । ଏହି ସମୟରେ ଶନିବାର ରାତି ସାଢେ ୧୦ଟା ବେଳେ ଖବର ମିଳିଥିଲା, ମଂଚେଶ୍ୱର ରୟାଲ କଲେଜ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଏକ ଏଣ୍ଡେଭର କାର ପଡି ରହିଛି । ମଂଚେଶ୍ୱର ରୟାଲ କଲେଜ ନିକଟ ନିଛାଟିଆ ସ୍ଥାନରେ ଗାଡିଧୁଳି ଧୂସରିତ ହୋଇ ଗାଡି ପଡିରହିଥିଲା । ଗାଡ଼ିର ନମ୍ବର ପ୍ଲେଟ ନଥିଲା । ସନ୍ଦେହ କରି ସ୍ଥାନୀୟ ଲୋକେ ଗାଡି ବାବଦରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଇଡିର ଅଧିକାରୀମାନେ ଘଟଣାସ୍ଥଳରେ ପଂହଚିଥିଲେ । ଗାଡିର ଛାନଭିନ କରାଯାଇଥିଲା

Leave A Reply

Your email address will not be published.