ରକୁଲ ପ୍ରୀତ ସିଂଙ୍କୁ ପୁଣି ଇଡିର ନୋଟିସ୍

0

ମୁମ୍ବାଇ (ଆମ ଟିଭି): ପୁଣି ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ଇଡିର ନୋଟିସ । ବହୁଚର୍ଚ୍ଚିତ ଟଲିଉଡ ଡ୍ରଗ୍ସ ସମ୍ପର୍କିତ ଅର୍ଥଚାଲାଣ ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜାରି କରିଛି । ମିଡିଆ ରିପୋର୍ଟ ଅନୁସାରେ ଦୁଇଟି ଅଲଗା ଅଲଗା ମାମଲାରେ ରକୁଲଙ୍କୁ ସମନ କରାଯାଇଛି । ଆସନ୍ତା ସୋମବାର ହାଜର ହେବାକୁ ସମନ ଜାରି କରିଛି ଇଡି ।

ପୂର୍ବରୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ସଦସ୍ୟଙ୍କୁ ଜେରା କରିଥିଲା ଇଡି। ରକୁଲଙ୍କୁ ମଧ୍ୟ ୨୦୨୧ ମସିହା ଡିସେମ୍ବର ୩ ତାରିଖରେ ପଚରାଉଚରା ପାଇଁ ଡକାଯାଇଥିଲା । ଗତ ୪ ବର୍ଷ ହେବ ଇଡି ଏହି ମାମଲାର ଛାନଭିନ୍ କରୁଛି । କିଛି ବର୍ଷ ଧରି ଟଲିଉଡରେ ଚାଲିଥିବା ବେଆଇନ କାରବାର ନେଇ ରୋହିତ ରେଡ୍ଡୀଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି ।

Leave A Reply

Your email address will not be published.