ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବକୁ ଇଡି ନୋଟିସ

0

ନୂଆଦିଲ୍ଲୀ :ମଦ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ(ପିଏ) ବିଭବ କୁମାରଙ୍କୁ ଙ୍କୁ ସମନ କରିଛି। ଏହି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ପଚରାଉଚରା କରିବ। ପୂର୍ବରୁ ମକ୍ତ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେରା କରାଯାଇଛି। ସିବିଆଇ ଏହି ମାମଲାର ଯାଞ୍ଚ କରୁଛି। ଚାର୍ଜସିଟ୍‌ରେ କେଜ୍ରିୱାଲ୍‌ଙ୍କ ନାମ ଉଲ୍ଲେଖ କରିବାର କିଛି ସପ୍ତାହ ପରେ ଆଜି ତାଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ହାଜର ହେବାକୁ ସମନ୍‌ ପଠାଯାଇଥିଲା। ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି ଯେ, ଅନ୍ୟତମ ମଦ ବ୍ୟବସାୟୀ ଏବଂ ଅବକାରୀ ନୀତି ଦୁର୍ନୀତିର ପ୍ରମୁଖ ଅଭିଯୁକ୍ତ ସମୀର ମହେନ୍ଦ୍ରୁ ଭିଡିଓ କଲ୍‌ ଜରିଆରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସହିତ କଥାବାର୍ତ୍ତା କରିଥିଲେ।

‘ଆପ୍‌’ର ‘କମ୍ୟୁନିକେସନ୍‌ ଇନ୍‌-ଚାର୍ଜ’ ବିଜୟ ନାୟର୍‌ଙ୍କ ଉପରେ ଭରସା ରଖିବାକୁ କେଜ୍ରିୱାଲ୍‌ ସମୀରଙ୍କୁ କହିଥିଲେ।ପୂର୍ବରୁ ଏହି ଦୁର୍ନୀତି ମାମଲାରେ ଜାରୀ କରାଯାଇଥିବା ଚାର୍ଜଶିଟରେ ସିସୋଡିଆଙ୍କ ନାମ ନ ଥିଲା । ସିବିଆଇ କଣ ପାଇଁ ତାଙ୍କୁ ପଚରାଉଚରା କରିବାକୁ ଯାଉଛି ତାହା ସ୍ପଷ୍ଟ ହୋଇନତି । ମଦ ଦୁର୍ନୀତି ମାମଲାରେ ବିଜେପି ଓ ଆପ ବାରମ୍ବାର ମୁହାଁମୁହିଁ ହେବାରେ ଲାଗିଛନ୍ତି ।

Leave A Reply

Your email address will not be published.