ରାୟପୁର (ଆମ ଟିଭି): ପୁଣି ଛତିଶଗଡ଼ରେ ଇଡିର ଆକ୍ସନ। ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ରେଡ । ମାଇନିଂ କେସରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ଅଫିସରଙ୍କ ଘରେ ରେଡ୍। ପ୍ରାୟ ୧୨ଟି ସ୍ଥାନରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରାୟଗଡ଼ ଜିଲ୍ଲାପାଳ ରାନୁ ସାହୁଙ୍କ ଘରେ ଆଜି ସକାଳୁ ରେଡ କରିଛି ଇଡି ଟିମ୍। ରେଡରେ ୧୨ରୁ ଅଧିକ ଇଡି ଅଧିକାରୀ ସାମିଲ ହୋଇଛନ୍ତି ।
ସେହିପରି ଦେବେନ୍ଦ୍ର ନଗରରେ ସିଏ ବିଜୟ ମାଲୁ, ମହାସମୁନ୍ଦରେ ନେତା ଅଗ୍ନି ଚନ୍ଦ୍ରାକର, ଅନୁପମ ନଗରରେ ସୂର୍ୟ୍ୟକାନ୍ତ ତିଓ୍ବାରୀ, ମାଇନିଂ ହେଡ ଆଇଏଏସ୍ ଜେପି ମୌର୍ୟ୍ୟାଙ୍କ ବାସଭବନରେ ରେଡ କରୁଛି ଟିମ୍। ଗତ ଜୁନରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ ଉପସଚିବ ସୌମ୍ୟା ଚୌରସିଆଙ୍କ ଦୁଇଟି ବାସଭବନ ସମେତ ମୋଟ ୭ଟି ସ୍ଥାନରେ ରେଡ୍ କରିଥିଲା।