ନୂଆଦିଲ୍ଲୀ: ପୁଣି ବିବାଦରେ ଲାଲୁ । ବିହାରରେ ଆରମ୍ଭ ହୋଇଥିବା ରାଜନୈତିକ ହଲଚଲ ଭିତରେ ଜଣେ ଇଡି ଅଧିକାରୀ ଲାଲୁଙ୍କ ବାସଭବନରେ ପହଂଚିଛନ୍ତି । କୁହାଯାଉଛି କି, ଇଡି ଅଧିକାରୀ ହାତରେ କିଛି କାଗଜ ଧରି ଲାଲୁଙ୍କ ବାସଭବନରେ ପହଂଚିଛନ୍ତି । ଅନୁମାନ କରାଯାଉଛି କି, ନୋଟିସ ଦେବାକୁ ଇଡି ଅଧିକାରୀ ଲାଲୁ ଯାଦବଙ୍କ ଘରକୁ ଆସିଛନ୍ତି ।
ମିଳିଥିବା ସୂଚନା ମୁତାବକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଲାଲୁଙ୍କ ଘରେ ପହଂଚି ଲାଲୁଙ୍କ ପରିବାରକୁ ନୋଟିସ ଦେଇଛନ୍ତି । ଜମି ବଦଳରେ ଚାକିରି ମାମଲାରେ ଚାଲିଥିବା ତଦନ୍ତ ଉପରେ ଏହି ନୋଟିସ ପ୍ରଦାନ କରାଯାଇଛି ।