ଅରବିନ୍ଦ କେଜ୍ରିୱାଲଙ୍କୁ EDର ତୃତୀୟ ସମନ

0

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଏକ ବଡ଼ ଝଟକା ।ଅବକାରୀ ନୀତି ସହ ଜଡିତ ଯାଞ୍ଚ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାନୁଆରୀ ୩ରେ ହାଜର ହେବାକୁ ନୂଆ ସମନ ଜାରି ହୋଇଛି । ତୃତୀୟ ଥର ପାଇଁ ଆପ୍‌ର ସଂଯୋଜକ କେଜ୍ରିୱାଲଙ୍କୁ ସମନ ଜାରି କରାଯାଇଛି । ଏହା ପୂର୍ବରୁ ଦୁଇ ଥର କେଜ୍ରିୱାଲଙ୍କୁ ସମନ ଜାରି ହୋଇଥିବାବେଳେ ସେ ହାଜର ହେବାକୁ ମନା କରି ଦେଇଥିଲେ ।

ଯଦି ତୃତୀୟ ଥର ପାଇଁ କେଜ୍ରିୱାଲ ଇଡିରେ ହାଜର ହେବେ ନାହିଁ ତେବେ ଏଜେନ୍ସୀ ତାଙ୍କ ବିରୁଦ୍ଧରେ ସ୍ବତନ୍ତ୍ର କୋର୍ଟରୁ ୱାରେଣ୍ଟ ଜାରି କରିପାରେ । ତଦନ୍ତରେ ଅସହଯୋଗ କରୁଥିବା ନେଇ କେଜ୍ରିୱାଲଙ୍କ ପାଇଁ ଅଡୁଆ ବଢିପାରେ । ଧାରା ୧୯ ଆଧାରରେ ତାଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ ହୋଇପାରେ । ଯଦି ଇଡି ଚାହିଁବେ କେଜ୍ରିୱାଲଙ୍କ ସହ ଜଡିତ ଜାଗାରେ ବି ଚଢାଉ କରିପାରିବେ ।

Leave A Reply

Your email address will not be published.