ଅର୍ଚ୍ଚନା ମାମଲାରେ ତଦନ୍ତ କରିବ ଇଡି!

0

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲରେ ନୂଆ ନୂଆ ତଥ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦେଶାଳୟ । ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ତନତନ କରି ସମସ୍ତ ତଥ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି । ଏନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି ଡିସିପିଙ୍କୁ ଏଫଆଇଆର କପି ମାଗିଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆର୍ଥିକ କାରବାର ଗୁମର ଖୋଲିବାକୁ ଇଡି ଏହି ଘଟଣାରେ ତଦନ୍ତ କରିବ ।

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ କେଉଁଠାରୁ କେତେ ଟଙ୍କା ଆସୁଥିଲା ତାର ତଥ୍ୟ ଖୋଜିବ ଇଡି । ତାହା ସହ ଏତେ କମ୍ ସମୟ ଭିତରେ କିପରି କୋଟି କୋଟି ଟଙ୍କା ଠୁଳ କରିଥିଲା ଅର୍ଚ୍ଚନା ସେନେଇ ଇଡି ଯାଞ୍ଚ କରିବ । ଭୁବନେଶ୍ୱର ସତ୍ୟବିହାର ଓ ଜାଗମରାରେ ହୋଇଥିବା ବଳାଶପୂର୍ଣ୍ଣ ଘରକୁ ମଧ୍ୟ ଯାଞ୍ଚ କରିପାରେ ଇଡି । କିପରି ଦୁହେଁ କୋଟିକୋଟି ଟଙ୍କାର ମାଲିକ ହେଲେ ସେ ନେଇ ସମସ୍ତ ତଥ୍ୟ ଖୋଜାଯିବ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଗୋଟିପତି ହେବା ପଛରେ କେଉଁ ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି ତାହାର ତଥ୍ୟ ଇଡି ଖୋଜିବ ।

Leave A Reply

Your email address will not be published.