ବ୍ରିଟେନର ରାଜା ଓ ରାଣୀଙ୍କୁ ଅଣ୍ଡାମାଡ଼

0

ନୂଆଦିଲ୍ଲୀ (ଆମ ଟିଭି): ରାଜା ଓ ରାଣୀଙ୍କ ଉପରକୁ ଅଣ୍ଡା ମାଡ । ବ୍ରିଟେନର ରାଜା ଓ ରାଣୀଙ୍କ ଉପରକୁ ଜଣେ ଯୁବକ ଫିଙ୍ଗିଲେ ଅଣ୍ଡା । ମୋଟ୍ ତିନୋଟି ଅଣ୍ଡା ରାଜାଙ୍କ ଉପରକୁ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି । ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ବ୍ରିଟେନ ପୁଲିସ । ନିକଟରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ତାଙ୍କ ପୁଅ ତଥା ଚାର୍ଲସ ରାଜା ହୋଇଛନ୍ତି । ରାଜା ଓ ରାଣୀ ନର୍ଦେନ ଇଂଲଣ୍ଡ ଗସ୍ତରେ ରହିଛନ୍ତି ।

କାର ଭିତରୁ ବାହାରି ଲୋକଙ୍କୁ ଭେଟୁଥିବା ବେଳେ ଯୁବକ ଜଣଙ୍କ ଗୋଟିଏ ପରେ ଗୋଟିଏ ମୋଟ୍ ତିନୋଟି ଅଣ୍ଡ ଫିଙ୍ଗିଥିଲା । କିନ୍ତୁ ରାଜା ଏହାକୁ ନଦେଖିଲା ପରେ ହାବଭାବ ଦେଖାଇଥିଲେ । ତେବେ କେଉଁ କାରଣ ପାଇଁ ଚାର୍ଲଙ୍କୁ ଅଟକ ଥିବା ବ୍ୟକ୍ତି ଅଣ୍ଡା ମାଡ କରିଥିଲେ ତାହା ଜଣାପଡିନି । ଏହପୂର୍ବରୁ ମଧ୍ୟ ବ୍ରିଟେନର ଏହି ରାଜ ପରିବାର ଅଣ୍ଡାମାଡର ଶିକାର ହୋଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ୧୯୯୫ରେ ରାଣୀ ଏଲିଜାବେଥଙ୍କୁ ମଧ୍ୟ ଏଭଳି ଘଟଣାର ଶିକାର ହେବାକୁ ପଡିଥିଲା ।

Leave A Reply

Your email address will not be published.