ଏକନାଥ ସିନ୍ଧେ ଗୋଷ୍ଠୀ ପାଇଲା ଧନୁତୀର ଚିହ୍ନ

0

ମୁମ୍ବାଇ (ଆମ ଟିଭି): ବହୁ ବାଦ ବିବାଦ ପରେ ଶିବସେନା ଚିହ୍ନ ଏକନାଥ ସିନେ୍ଧ ଗୋଷ୍ଠୀଙ୍କୁ ମିଳିଛି । ଶିବସେନାର ଦଳୀୟ ଚିହ୍ନ ଧନୁତୀରର ଦାବିଦାର ହେଲେ ଏକନାଥ ସିନ୍ଧେ ଗୋଷ୍ଠୀ । ନିର୍ବାଚନ ଆୟୋଗ ଆଜି ଏହି ଘୋଷଣା କରିଛନ୍ତି । ଶିବସେନାରେ କନ୍ଦଳ ପରେ ଦୁଇଟି ଗୋଷ୍ଠୀ ହୋଇଥିଲା ।

ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେଙ୍କ ମଧ୍ୟର ଦଳୀୟ ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ପରେ ନିର୍ବାଚନ ଆୟୋଗ ଦଳୀୟ ଚିହ୍ନ ଧନୁତୀରକୁ ଏକନାଥ ଗୋଷ୍ଠୀଙ୍କୁ ଦେଇଛନ୍ତି ।

Leave A Reply

Your email address will not be published.