ବିଜେପି ମଧ୍ୟସ୍ଥତାରେ ତୁଟିବ ଏକନାଥ-ଉଦ୍ଧବ କଳି !

0

ମୁମ୍ବାଇ(ଆମ ଟିଭି): ଶିବସେନାର ଦୁଇ ଗୋଷ୍ଠୀ ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଲାଗିରହିଥିବା ବିବାଦର  ଦ ଏଣ୍ଡ ହେବ ବୋଲି ଆଭାସ ମଧ୍ୟ ମିଳି ସାରିଛି। ଏହାରି ଭିତରେ କିନ୍ତୁ ଦୁଇ ଗୋଷ୍ଠୀର ପ୍ରମୁଖ ନେତା ଏକାଠି ବୈଠକ କରି ବିବାଦର ସମାଧାନ କରିବାକୁ ଚାହୁଁଥିବା ସୂଚନା ମିଳିଛି। ଆସନ୍ତା ସପ୍ତାହାରେ ମହାରାଷ୍ଟ୍ରର ଏବେର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭେଟିବେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ପ୍ରୟାସ ହେବ ବୋଲି ସୂଚନା ଦେଇଛନ୍ତି ଶିବସେନାର ନେତ୍ରୀ ଦିପାଲୀ ସୈଦ। ଏହି ବୈଠକ ପଛରେ ବିଜେପି ରହିଥିବା ସେ ଟ୍ୱିଟ୍ କରି ଦାବି କରିଛନ୍ତି। ଆଉ ଶିବସେନାର ଦୁଇ ପ୍ରମୁଖ ନେତାଙ୍କୁ ଏକାଠି କରାଇବାକୁ ବିଜେପି ପ୍ରୟାସ କରୁଥିବାରୁ ସେ ଧନ୍ୟବାଦ ଦେଇଛନ୍ତି।

ସିନ୍ଦେ ଏବଂ ଉଦ୍ଧବ ଠାକରେ ଉଭୟ ଶିବ ସୈନିକଙ୍କ ଭାବନାକୁ ଭଲ ଭାବେ ବୁଝନ୍ତି। ତେଣୁ ଦୁଇ ନେତା ଏକାଠି ବୈଠକ କରିବେ ବୋଲି ଦିପାଲୀ କହିଛନ୍ତି। ଉଦ୍ଧବ ଠାକରେ ବଡ ହୃଦୟର ବ୍ୟକ୍ତି। ତେଣୁ ସେ ମଧ୍ୟ ଶିବ ସୈନିକଙ୍କୁ ନିରାଶ କରିବାକୁ ଚାହୁଁନାହାନ୍ତି। ସେ ଏକନାଥ ସିନ୍ଦେଙ୍କ ସହ କଥା ହେବାକୁ ରାଜି ହୋଇଛନ୍ତି ବୋଲି ଦିପାଲୀ କହିଛନ୍ତି। ତେବେ କେବେ ଓ କେଉଁଠି ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଦେଖାସାକ୍ଷାତ ହେବ ସେ ନେଇ କିଛି ସୂଚନା ଦେଇନାହାନ୍ତି।

ଉଲ୍ଲେଖଯୋଗ୍ୟ, ଏକନାଥ ଗୋଷ୍ଠୀ କହିଥିଲେ, ଶିବସେନା ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରିଲେ ବରଦାସ୍ତ କରିବୁ ନାହିଁ। ଶିବସେନାର ପ୍ରକୂତ ସହଯୋଗୀ ବିଜେପି। ତେଣୁ ବିଜେପି ସହ ମେଣ୍ଟ କରିଲେ ସେ ଉଦ୍ଧବଙ୍କ ନେତୃତ୍ୱକୁ ସମର୍ଥନ କରିବେ। ଏପରି କହି ୪୦ରୁ ଅଧିକ ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଥିଲେ। ଆଉ ମହା ବିକାଶ ଅଘାଡି (ଶିବସେନା-ଏନସିପି-କଂଗ୍ରେସ) ସରକାରରୁ ସମର୍ଥନ ପ୍ରତ୍ୟାହାର କରି ବିଜେପିକୁ ସମର୍ଥନ କରିଥିଲେ।

Leave A Reply

Your email address will not be published.