ଆଜି ବାହାରିବା ୪ରାଜ୍ୟର ନିର୍ବାଚନ ଫଳାଫଳ

0

ଆଜି ଆସିବ ୪ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ମତଦାନର ଫଳାଫଳ ଆଜି ପ୍ରକାଶ ପାଇବ। ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି।

ଏକଜିଟ୍ ପୋଲ୍ ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି।

ସେପଟେ ଆସନ୍ତାକାଲି ହେବ ମିଜୋରମ ବିଧାନସଭାର ଗଣତି। ଏହି ୫ ରାଜ୍ୟର ଫଳାଫଳ ୨୪ ସାଧାରଣ ନିର୍ବାଚନର ସଂକେତ ଦେଇପାରେ।

ଲୋକସଭା ନିର୍ବାଚନକୁ ଆଉ ମାତ୍ର ୬ ମାସ ବାକି ଅଛି। ତେଣୁ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ମ୍ୟାଚ୍‌ ଭାବେ ବିବେଚନା କରାଯାଉଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନାରେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଆଜି ସ୍ପଷ୍ଟ ହୋଇଯିବ ।

ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଭାଜପା ଓ କଂଗ୍ରେସ ମଧ୍ୟରେ ସିଧା ମୁକାବିଲା ହେବ । ତେଲେଙ୍ଗାନାରେ ବିଆରଏସ୍‌, କଂଗ୍ରେସ ଓ ଭାଜପା ମଧ୍ୟରେ ମୁକାବିଲା ହେବ ।

ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ବିଜେପି ଓ ଛତିଶଗଡ଼ରେ କଂଗ୍ରେସ ବାଜି ମାରିପାରେ ବୋଲି ଆକଳନ କରାଯାଉଛି। ସେହିପରି ରାଜସ୍ଥାନରେ ଗେହଲଟଙ୍କ ହାତରୁ କ୍ଷମତା ଖସି ଯାଇପାରେ । ୨୩୦ ସିଟ୍‌ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ନେଇ ପୁର୍ବାନୁମାନ କରାଯାଉଥିବା ବେଳେ ତେଲେଙ୍ଗାନାରେ ସତ୍ତେ ପଲଟିପାରେ ବୋଲି ଚର୍ଚ୍ଚା ହେଉଛି।

ଭୋଟ୍ ଗଣତି ପୂର୍ବରୁ ଉତ୍ସାହିତ ଅଛି କଂଗ୍ରେସ। ରାଜଧାନୀ ଦିଲ୍ଲୀରେ କଂଗ୍ରେସର ଆରମ୍ଭ ହୋଇ ଯାଇଛି ସେଲିବ୍ରେସନ । ଆଜି ଭୋରରୁ କଂଗ୍ରେସ କର୍ମୀମାନେ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟଠାରେ ଏକାଠି ହୋଇ ବାଣି ଫୁଟାଇଛନ୍ତି। ବିଜୟ ପାଇଁ ଆଶାବାଦୀ ଥିବା କଂଗ୍ରେସ କର୍ମୀମାନେ ଜୋରଦାର ସେଲିବ୍ରେସନ କରିଛନ୍ତି।

ରେଜଲ୍ଟ ବାହାରିବା ପୂର୍ବରୁ ରାଜସ୍ଥାନରେ ବି ସେଲିବ୍ରେଶନ ମୁଡରେ ଅଛି ବିଜେପି। ବିଜେପି କାର୍ଯ୍ୟାଳୟକୁ ରଙ୍ଗବେରଙ୍ଗ ଫୁଲରେ ସଜା ଯାଇଥିବା ବେଳେ ସେଲିବ୍ରେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ, ଚଳିତ ନିର୍ବାଚନରେ ରାଜସ୍ଥାନରେ ବିଜେପି ବହୁ ମତ ଆଣିବ ବୋଲି ରିପୋର୍ଟ ଆସିଥିବା ବେଳେ ଏହାକୁ ନେଇ ଉତ୍ସାହିତ ଅଛି ବିଜେପି।

Leave A Reply

Your email address will not be published.