ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପ୍ରଶାନ୍ତ କିଶୋର । ନିର୍ବାଚନୀ ରଣନୀତିଜ୍ଞ ଏବଂ ଜନସୁରଜର ସଂଯୋଜକ ପ୍ରଶାନ୍ତ କିଶୋର ନିର୍ବାଚନ ଲଢିବେ। ୨୦୨୫ରେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ବିହାରର ଆଗାମୀ ବିଧାନସଭା ନିର୍ବାଚନରେ ଜନସୁରଜ ସଂଗଠନ ୨୪୩ସିଟ୍ରେ ପ୍ରାର୍ଥି ମଇଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। ଅନୁମାନ କରାଯାଉଛି କି, ପିକେ ଖୁବଶୀଘ୍ର ନିଜ ଜନସୁରଜ ଅଭିଯାନ(ସମାଜ ସେବା ସଂଗଠନ)କୁ ରାଜନୈତିକ ଦଳ ରୂପେ ଗଠନ କରିବେ। କିନ୍ତୁ ଲୋକସଭା ନିର୍ବାଚନ ଲଢିବା ସମ୍ଭାବନା କମ୍ ଥିବା ଅନୁମାନ କରାଯାଉଥିବାବେଳେ ୧-୨ସିଟ୍ରେ ର୍ନିଦଳୀୟ ପ୍ରାର୍ଥି ଓହ୍ଲାଇବାର ସମ୍ଭାବନା ରହିଛି।
ସୂଚନାଥାଉ କି, ପିକେ ଏବେ ପୁରା ବିହାରରେ ଜନସୁରଜ ପଦଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କର ଏହି ଯାତ୍ରା ପୂର୍ବ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଛି। ପିକେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ବିହାର ବିଧାନସଭା ନିର୍ବାଚନ ଲଢିବା ନେଇ ଜନସୁରଜ ପାର୍ଟି ମୁଖପାତ୍ର ସଞ୍ଜୟ ଠାକୁର ଘୋଷଣା କରିଛନ୍ତି। ପିକେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପରେ ବିହାର ରାଜନୀତି ରୋଚକ ମୋଡ ନେବାର ଅନୁମାନ କରାଯାଉଛି। ପିକେ ଏବେ ସବୁଠି ଯାଇ କଂଗ୍ରେସ, ଆରଜେଡି, ଜେଡେୟୁ ସମେତ ସବୁ ପାର୍ଟି ବିରୋଧରେ ପ୍ରଚାର କରୁଛନ୍ତି।