ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ୯ ମୃତ

0

କୋଲ୍‌କାତା: ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବ‌େଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟି ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଘରଦ୍ବାରା ନଷ୍ଟ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ‘ତୃଣମୂଳ କଂଗ୍ରେସ’ର ୫ଜଣ ସଦସ୍ୟ, ‘ବିଜେପି’, ‘ସିପିଆଇ(ଏମ୍‌)’ଓ ‘କଂଗ୍ରେସ’ର ଜଣେ ଲେଖାଏଁ କର୍ମୀ ଓ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ।

ଏହାଛଡ଼ା, ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଭୀଷଣ ସଂଘର୍ଷ ଘଟି ବିଭିନ୍ନ ରାଜନୈତିକ ଦଳର ଅନେକ କର୍ମୀ ଆହତ ହୋଇଛନ୍ତି। ଅନେକ ସ୍ଥାନରେ ବାଲଟ୍‌ ବକ୍ସ୍‌ ନଷ୍ଟ କରିଦିଆଯାଇଛି।

ହୁଗୁଳିର ତାରେକେଶ୍ବରରେ ‘ତୃଣମୂଳ କଂଗ୍ରେସ’ ଗୁଣ୍ଡାମାନେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ଝିଅ ମୁଣ୍ଡରେ ଗୁଳି ମାରିଥିବା ଅଭିଯୋଗ ହୋଇଛି। ତାଙ୍କୁ କ‌ୋଲ୍‌କାତା ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଆଜିର ଏହି ରକ୍ତପାତ ପାଇଁ ‘ବିଜେପି’ ଓ ‘ଟିଏମ୍‌ସି’ ପରସ୍ପରକୁ ଦାୟୀ କରୁଛନ୍ତି।

ନିର୍ବାଚନ ଦିନ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ଚାଲିଥିବା ବେଳେ ରକ୍ତପାତ ବନ୍ଦ କରିବା ଲାଗି ରାଜ୍ୟପାଳ ସି. ଭି. ଆନନ୍ଦ ବୋଷ ଜନତା ଓ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଗୁଣ୍ଡାମାନେ ଲୋକମାନଙ୍କୁ ଭୋଟ୍‌ ଦେବାକୁ ଛାଡୁ ନାହାନ୍ତି ବୋଲି ଲୋକେ ମତେ କହୁଛନ୍ତି। ନରହତ୍ୟା ଚାଲିଥିବା କଥା ସେମାନେ କହୁଛନ୍ତି। ଗୁଳି ଫୁଟୁଥିବା କଥା ବି ଲୋକେ କହୁଛନ୍ତି। ଆଜି ଗଣତନ୍ତ୍ରର ସବୁଠୁ ପବିତ୍ର ଦିବସ ହୋଇଥିବାରୁ ରକ୍ତପାତ ବନ୍ଦ କରିବା ଉଚିତ। ନିର୍ବାଚନ ବାଲ୍‌ଟ୍‌ରେ ହୁଏ, ବୁଲେଟ୍‌ରେ (ଗୁଳି) ନୁହେଁ।

Leave A Reply

Your email address will not be published.