ବିଦ୍ୟାଳୟରେ ପଢାଯିବ ନିର୍ବାଚନୀ ପାଠ

0

ନୂଆଦିଲ୍ଲୀ(ଆମ ଟିଭି): ବିଦ୍ୟାଳୟରେ ପିଲାବେଳୁ ନିର୍ବାଚନ ସମ୍ପର୍କୀତ ପାଠ ପଢାଯିବ । ଏନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ସୂଚନା ମିଳିଛି । ନିର୍ବାଚନ କମିଶନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଗୁରୁବାର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏମଓୟୁ ଅନୁଯାୟୀ ସବୁ ସ୍କୁଲର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠ୍ୟକ୍ରମରେ ସମନ୍ବିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ସାକ୍ଷରତା ସାମିଲ କରାଯିବ।

‘ଶ୍ରେଣୀଗୃହରୁ ମତଦାନ କେନ୍ଦ୍ରଦ ବିଚାରଧାରା ସ୍କୁଲ୍‌ ପିଲାମାନଙ୍କୁ ସେମାନଙ୍କ ପ୍ରଥମ ଭୋଟ ପାଇଁ ପ୍ରସ୍ତୁତ କରିବ ବୋଲି ଇସି କହିଛନ୍ତି।ଏଥିପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ପାଠ୍ୟପୁସ୍ତକ ପ୍ରଚଳନ ଓ ଏଥିରେ ସଂଶୋଧନ କରିବ। ଏନେଇ ଏନ୍‌ସିଇଆର୍‌ଟି ରାଜ୍ୟ ଶିକ୍ଷା ବୋର୍ଡ ସମେତ ଅନ୍ୟାନ୍ୟ ଶିକ୍ଷା ବୋର୍ଡକୁ ପରାମର୍ଶ ଦେବ।

Leave A Reply

Your email address will not be published.