ଏକାସାଙ୍ଗରେ ୪୪୦୦ ସଂଖ୍ୟକ କର୍ମଚାରୀଙ୍କୁ କାମରୁ ବାହାର ବାହାର କଲେ ଏଲନ ମସ୍କ

0

ନୂଆଦିଲ୍ଲୀ: ଟ୍ଵିଟରର ନୂତନ ମାଲିକ ଏଲନ ମସ୍କ କମ୍ପାନିର ଅଧିଗ୍ରହଣକ କରିବା ପରେ କର୍ମଚାରୀଙ୍କ ଖରାପ ସମୟ ଆରମ୍ଭ ହୋଇ ଯାଇଛି। ଗୋଟିଏ ଝଟକାରେ ହଜାର ହଜାର ସ୍ଥାୟୀ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଉଛନ୍ତି ମସ୍କ। ଏବେ କମ୍ପାନିରେ କଣ୍ଟ୍ରାକ୍ଟରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଛଟେଇ କରାଯିବା ଆରମ୍ଭ ହୋଇଛି। ଏହି କ୍ରମରେ ଟ୍ଵିଟରରୁ ୪୪୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି।

ଅନେକ କର୍ମଚାରୀଙ୍କ କହିବା କଥା, ସେମାନଙ୍କୁ କୌଣସି ସୂଚନା ବା ବିନା ନୋଟିସରେ ଚାକିରିରୁ ବହିଷ୍କାର କରାଯାଉଛି। କର୍ମଚାରୀ ନିଜର ଅଫିସିଆଲ ମେଲ୍ ଏବଂ ଅନ୍ୟ ଅନଲାଇନ ଆକ୍ସେସ୍ ମଧ୍ୟ ହରାଇ ଦେଇଛନ୍ତି। କର୍ମଚାରୀମାନେ ସେମାନଙ୍କୁ ଚାକିରିରୁ ବିଦା କରାଯାଉଥିବା ସେତେବେଳେ ଜାଣିଲେ ଯେତେବେଳେ କମ୍ପାନିର ଅନଲାଇନ୍ ଆକ୍ସେସ୍ ଏବଂ ମେଲ୍ ଖୋଲିନଥିଲା।

କମ୍ପାନିରୁ ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ କଣ୍ଟେଣ୍ଟ ମୋଡେରେସନ, ରିଏଲ ଇଷ୍ଟେଟ୍, ମାର୍କେଟିଂ, ଇଞ୍ଜିନିୟରିଂ ଏବଂ ଅନ୍ୟ ବିଭାଗରେ କାମ କରୁଥିବା କର୍ମଚାରୀ ସାମିଲ୍। ଏହା ପୂର୍ବରୁ ନଭେମ୍ବର ୪ରେ ଟ୍ଵିଟରର ନିଜର କର୍ମଚାରୀଙ୍କୁ ଇ-ମେଲ୍ ପଠାଇ ସେମାନଙ୍କୁ ଚାକିରିରୁ ଛଟେଇ କରାଯାଉଥିବା ସୂଚନା ଦେଇଥିଲା। ଟ୍ଵିଟର ସହିତ କଣ୍ଟ୍ରାକ୍ଟରେ କାମ କରୁଥିବା ମେଲିସା ଇଙ୍ଗେଲ କହିଛନ୍ତି, ବଡ ସଂଖ୍ୟାରେ କର୍ମଚାରୀଙ୍କୁ ବିଦା କଲେ ଟ୍ଵିଟରର ଅବସ୍ଥା ଖରାପ ହୋଇଯିବ।

Leave A Reply

Your email address will not be published.