ଅଫିସରେ ତାଲା ପକାଇଲେ ଏଲନ୍ ମସ୍କ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍କୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ କିଣି ସାରିଛନ୍ତି। ଟ୍ୱିଟର୍ କିଣିବା ପରେ ଏବେ ଏହାର କର୍ମଚାରୀଙ୍କୁ କମ୍ କରିବା ପାଇଁ ପ୍ରୟାସ କରିଛନ୍ତି। ଆଜିଠାରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି। କର୍ମଚାରୀଙ୍କୁ ମେଲ୍ ଜରିଆରେ ଏନେଇ ସୂଚନା ଦିଆଯିବ। କର୍ମଚାରୀଙ୍କୁ ଛଟେଇ କରି ମସ୍କ କମ୍ପାନୀର ୮୨ ଆରବ ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି। ଏନେଇ କମ୍ପାନୀର ଏକ ଭିତିରିଆ ମେଲ୍ରୁ ଜଣାପଡିଛି।
ରଏଟର୍ସର ରିପୋର୍ଟ ମୁତାବକ, ଯେଉଁ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରାଯିବ ସେମାନଙ୍କୁ ବାରମ୍ବାର ମେଲ୍ ଜରିଆରେ ସୂଚିତ କରାଯିବ। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ କମ୍ପାନୀ ଏହାର କାର୍ଯ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିବ ଏବଂ କିଛି ସମୟ ପାଇଁ କର୍ମଚାରୀଙ୍କ ପ୍ରବେଶ ବନ୍ଦ ହୋଇଯିବ। ଯାହାଦ୍ୱାରା କୌଣସି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବ ନାହିଁ। ତେବେ କର୍ମଚାରୀମାନଙ୍କୁ ଆଜି ସକାଳୁ ହିଁ ମେଲ୍ ମାଧ୍ୟମରେ ସେମାନଙ୍କ ସ୍ଥିତି ବିଷୟରେ ସୂଚନା ଦିଆଯିବା ଆରମ୍ଭ ହୋଇଯାଇଛି।