ବିଶ୍ୱର ନମ୍ବର ୧ ଧନୀ ତାଲିକାରୁ ହଟିଲେ ଏଲନ ମସ୍କ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବିଶ୍ୱର ନମ୍ବର ୱାନ୍ ଧନୀ ତାଲିକାରୁ ହଟିଲେ ଏଲନ ମସ୍କ । ଦୀର୍ଘ ଦିନ ଧରି ବିଶ୍ୱର ଧନୀ ତାଲିକାରେ ଏକ ନମ୍ବର ଥିବା ଏଲନ୍ ମସ୍କ, ଏବେ ଆଉ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇ ନାହାଁନ୍ତି । ଫ୍ରାନ୍ସର ଜଣେ ବ୍ୟବସାୟୀ ବର୍ନାଲ୍ଡ ଅର୍ଣ୍ଣୋଲ୍ଟ, ତାଙ୍କୁ ଟପି ଏବେ ବିଶ୍ୱର ଏକ ନମ୍ବର ଧନୀ ହୋଇଯାଇଛନ୍ତି ।
ଫୋର୍ବସର ରିୟଲ ଟାଇମ୍ ବିଲେନିୟର ଇଣ୍ଡେକ୍ସର ରିପୋର୍ଟ ମୁତାବକ, ଏବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି ବର୍ଣ୍ଣାଲ୍ଡ ଅର୍ଣ୍ଣୋଲ୍ଟ ।

ତାଙ୍କ ମୋଟ ସମ୍ପତିର ପରିମାଣ ୧୮୬.୫ ଅରବ ଡଲାର ହୋଇଥିବାବେଳେ, ଏଲନ୍ ମସ୍କଙ୍କ ସମ୍ପତିର ପରିମାଣ ହେଉଛି ୧୮୧.୩ ଅରବ ଡଲାର । ତେବେ ବିଶ୍ୱର ଏହି ଦୁଇ ଧନୀ ବ୍ୟକ୍ତିଙ୍କ ଭିତରେ ସମ୍ପତିର ଫରକ୍ ବେଶ କମ୍ ରହିଛି । ଯାହାକି ମାତ୍ର ୫.୨ ଅରବ ଡଲାର ଅଟେ । ଇଲେକ୍ଟ୍ରିକ୍ କାର ନିର୍ମାଣ କରୁଥିବା କମ୍ପାନୀ ଟେସଲାର ସିଇଓ ଏଲନ୍ ମସ୍କ ୨୦୨୧ ମସିହାରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇ ରହିଥିଲେ । ଆମାଜନର ଜେଫ୍ ବେଜୋସଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ହାସଲ କରିଥିଲେ ।

Leave A Reply

Your email address will not be published.