ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ କଲେ ଏଲନ ମସ୍କ
ନୂଆଦିଲ୍ଲୀ (ଆମ ଟିଭି): ଟ୍ୱିଟର ଏଲନ ମସ୍କଙ୍କ ହାତକୁ ଯିବା ପରେ ଏବେ ତାଙ୍କ ନିୟମକୁ ନେଇ ସବୁଠି ଚର୍ଚ୍ଚା । ଏହାରି ଭିତରେ ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍ପେଣ୍ଡ କରିଛନ୍ତି କମ୍ପାନୀର ନୂଆ ମାଲିକ ଏଲନ ମସ୍କ। ଏହି ସାମ୍ବାଦିକମାନେ ସମ୍ଭବତଃ ଟ୍ୱିଟରରେ ଘଟୁଥିବା ଘଟଣା ବିରୋଧରେ ଖବର ପ୍ରକାଶ କରିବା ସହ ମସ୍କଙ୍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇବା ସନ୍ଦେହ କରାଯାଉଛି।
ଆକାଉଣ୍ଟ ସସ୍ପେଣ୍ଡ ହୋଇଥିବା ସାମ୍ବାଦିକଙ୍କ ମଧ୍ୟରେ ନ୍ୟୁୟର୍କ ଟାଇମ୍ସ, ସିଏନଏନ, ଟାଇମ୍ସ ଓ ୱାଶିଂଟନ ପୋଷ୍ଟର ରିପୋର୍ଟରମାନେ ରହିଛନ୍ତି। ସେମାନେ ଆକାଉଣ୍ଟ ଖୋଲିବା ମାତ୍ରେ ଏହା ସସ୍ପେଣ୍ଡ ହୋଇଯାଇଥିବା ଦେଖିବାକୁ ମିଳୁଛି। କ’ଣ ପାଇଁ ପ୍ରକୃତରେ ସାମ୍ବାଦିକମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି, ସେକଥା ଟ୍ୱିଟର କହିନାହିଁ।