ମୋବାଇଲକୁ ଆସୁଛି ଏମର୍ଜେନ୍ସି ଆଲର୍ଟ, ହୁଅନ୍ତୁ ନାହିଁ ଚିନ୍ତିତ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ସମସ୍ତଙ୍କ ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ହଠାତ୍ ସମସ୍ତ ମୋବାଇଲରେ ଏଭଳି ମେସେଜ ଦେଖି ମୋବାଇଲ ବ୍ୟବହାରକାରୀମାନେ ଚିନ୍ତିତ ହୋଇପଡିଛନ୍ତି । ତେବେ ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି। ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦ୍ଦେଶ୍ୟ କଦଣ ସେ ନେଇ ଚିନ୍ତାରେ ପଡୁଛନ୍ତି ।

ସୂଚନା ଅନୁସାରେ ଏହା କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଏକ ପ୍ରକାର ପରୀକ୍ଷା। ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି। ତେଣୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ।

Leave A Reply

Your email address will not be published.