ଜମ୍ମୁ- କାଶ୍ମୀରରେ ଏନକାଉଣ୍ଟର: ୩ ପାକିସ୍ତାନୀ ଆତଙ୍କୀ ନିପାତ, ଜଣେ ସହିଦ୍

0

ନୂଆଦିଲ୍ଲୀ(ଆମ ଟିଭି): ବୁଧବାର ଜମ୍ମୁ- କାଶ୍ମୀର ବାରାମୂଳାର ନଜିଭାତରେ ସେନା ପକ୍ଷରୁ  ଏନକାଉଣ୍ଟରରେ ହୋଇଛି। ଫଳରେ  ୩ ପାକିସ୍ତାନୀ ଆତଙ୍କୀ ନିପାତ ହୋଇଛନ୍ତି । ଏହା ସହ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହୀଦ ହୋଇଛନ୍ତି।   ସୂଚନାନୁସାରେ, ବାରାମୂଳାର ନଜିଭାତ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ କମ୍ବିଂ ଅପରେସନରେ ବାହାରିଥିଲେ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏଥିରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ହେଲେ ଦୁଃଖର କଥା ଏନକାଉଣ୍ଟର ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଏନେଇ ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.