ଜମ୍ମୁ-କାଶ୍ମୀର ସୋପିଆନରେ ଏନକାଉଣ୍ଟର: ଜଣେ ଆତଙ୍କୀ ସଫା

0

ଜମ୍ମୁ-କଶ୍ମୀର (ଆମ ଟିଭି): ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ଜମ୍ମୁ-କଶ୍ମୀରର ସୋପିଆନା ଜିଲ୍ଲାର କାର୍ପେନ ଅଞ୍ଚଳରେ ଶୁକ୍ରବାର ସକାଳୁ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ୍ ଦ୍ବାରା ହୋଇଥିବା ଏକ ଏନ୍କାଉଣ୍ଟର୍ରେ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କବାଦୀ ନିହତ ହୋଇଛି।

କଶ୍ମୀର ପୁଲିସ୍ ଦେଇଥିବା ସୂଚନା ମୁତାବକ, ସୋପିଆନା ଜିଲ୍ଲାର କାର୍ପେନ ଅଞ୍ଚଳରୁ ଏହି ଏନ୍କାଉଣ୍ଟର୍ ଆରମ୍ଭ ହୋଇଯାଇଛି। ପୁଲିସ୍ ଓ ସେନା ମିଳିତ ଉଦ୍ୟମରେ ଏହି ଏନ୍କାଉଣ୍ଟର୍ ହୋଇଛି।’ ତେବେ ଏନ୍କାଉଣ୍ଟର୍ରେ ପ୍ରାଣ ହରାଇଥିବା ଆତଙ୍କବାଦୀ ଜଣକ ହେଉଛି କୁଲ୍ଗାମ-ସୋପିଆନା ଅଞ୍ଚଳରେ ସକ୍ରିୟ ରହୁଥିବା ହାନିସ୍। ଏବେ ବି ସର୍ଚ ଅପରେସନ୍ ଜାରି ରହିଛି ବୋଲି କଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.