ଭୁବନେଶ୍ୱର (ଆମ ଟିଭି): ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ୧୯ଟି ପ୍ରସ୍ତାବରେ ମୋହର ଲାଗିଥିବା ସୂଚନା ମିଳିଛି। ମିଲେଟ୍ ମିଶନକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଇଛି।
ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ, ସ୍ବତନ୍ତ୍ର କାର୍ୟ୍ୟକ୍ରମକୁ ପ୍ରୋତ୍ସାହନ ପାଇଁ ପାଣ୍ଠି, ‘ନୂଆ’ ଓଡ଼ିଶା ଯୋଜନାକୁ ମଞ୍ଜୁରୀ, ବାର୍ଷିକ ଲକ୍ଷେ ଯୁବକଯୁବତୀଙ୍କୁ ତାଲିମ୍, ବ୍ୟାଙ୍କ ନ ଥିବା ପଞ୍ଚାୟତରେ ବ୍ୟାଙ୍କ ସେବା ପରି ୧୯ଟି ପ୍ରମୁଖ ପ୍ରସ୍ତାବ ଉପରେ ମୋହର ଲାଗିଛି।