ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି, ନିର୍ମାଣ ହେବ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର (ଆମ ଟିଭି):  ଆଜି ବିଏମସି ପକ୍ଷରୁ ଆୟୋଜିତ ହୋଇଛି ଗଣ ସଫେଇ ଅଭିଯାନ କାର୍ଯ୍ୟକ୍ରମ। ‘ଏକ ଦିନ୍ ଏକ ଘଣ୍ଟା’ ଏକାସାଥିରେ ନାରା ଦେଇ ଶହ ଶହ ସଫେଇ କର୍ମଚାରୀ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ କହିଛନ୍ତି ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି, ନିର୍ମାଣ ହେବ ପ୍ଲାଣ୍ଟ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ବିଏମ୍‌ସି ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ୍‌ ଅଳିଆ ବାହାରୁଛି । ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରୁଛୁ । ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ପାଇଁ ଟେଣ୍ଡର ସରିଛି । ପଳାଶୁଣୀରେ ନିର୍ମାଣ ହେବ ୱେଷ୍ଟ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ।

Leave A Reply

Your email address will not be published.